‘ମାଧୁରୀ ଦୀକ୍ଷିତଙ୍କଠୁ ଅଧିକ ସୁନ୍ଦର ତାଙ୍କ ଭଉଣୀ’ : ମାଧୁରୀଙ୍କ ଆଲବମରୁ ସେୟାର ହୋଇଥିବା ପୁରୁଣା ଫଟୋ ଦେଖି ୟୁଜର ଦେଲେ କମେଣ୍ଟ

Published By : Prameya-News7 Bureau | May 10, 2020 IST

ମୁମ୍ବାଇ ୧୦/୫: ବଲିଉଡର ଡ୍ୟାନସିଂ ଦିଭା ମାଧୁରୀ ଦୀକ୍ଷିତ ନିଜ ସ୍କୁଳ୍ ଦିନର ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଏହି ଫଟୋ ମଧ୍ୟ ଏକ ଡ୍ୟାନ୍ସ ପ୍ରତିଯୋଗିତାର। ଫଟୋରେ ମାଧୁରୀ ନିଜ ଭଉଣୀଙ୍କ ସହ ନଜର ଆସୁଛନ୍ତି ଏବଂ ଏମାନେ ଦେଖିବାକୁ ଏକାଭଳି ଲାଗୁଛନ୍ତି ତେଣୁ ଅସଲି ମାଧୁରୀ କିଏ ଚିହ୍ନିବା କଷ୍ଟକର ହୋଇପଡ଼ୁଛି।

wp:core-embed/instagram {"url":"https://www.instagram.com/p/B_6kT2Mn5by/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_6kT2Mn5by/?utm_source=ig_embed
/wp:core-embed/instagram

ଫଟୋର କ୍ୟାପସନରେ ମାଧୁରୀ ଲେଖିଛନ୍ତି ଯେ ‘ ଏହା ତାଙ୍କର ପ୍ରିୟ ସ୍ମୃତି ମଧ୍ୟରେ ଗୋଟିଏ ଯାହା ତାଙ୍କ ଭଉଣୀ ସହ ରହିଛି। ସେମାନେ ସବୁବେଳେ ସ୍କୁଲ୍ ପ୍ରତିଯୋଗିତାରେ ଭାଗ ନେଉଥିଲେ। ଆପଣ ବି କୁହନ୍ତୁ ଆପଣଙ୍କ ପ୍ରିୟ ପିଲାଦିନ ସ୍କୃତି କ’ଣ!’

{"id":267916,"sizeSlug":"large"}

ମାଧୁରୀଙ୍କ ଫଟୋରେ ପ୍ରତିକ୍ରିୟା ଦେଇ ଅନେକ ପ୍ରଶଂସକ ତାଙ୍କୁ ଚିହ୍ନିବାକୁ ଉଦ୍ୟମ କରିଛନ୍ତି। ଜଣେ କମେଣ୍ଟ କରିଛନ୍ତି,‘ଆପଣ ପଛରେ ଅଛନ୍ତି’। ଅନ୍ୟ ଜଣେ ଲେଖିଛନ୍ତି ଯେ,‘ ଆପଣ ବାମ ପଟେ ଛିଡ଼ା ହୋଇଛନ୍ତି ମାଧୁରୀ ମ୍ୟାଡାମ୍’।

wp:core-embed/instagram {"url":"https://www.instagram.com/p/B-9JbgfH1Nr/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-9JbgfH1Nr/?utm_source=ig_embed
/wp:core-embed/instagram

ବଲିଉଡ ସୁପରଷ୍ଟାର ମାଧୁରୀ ଦୀକ୍ଷିତ କରୋନା ଭାଇରସ୍ ଯୋଗୁଁ ଏବେ ନିଜ ଘରେ ଆଇସୋଲେସନରେ ଅଛନ୍ତି। ତେଣୁ ସେ ନିଜ ଘରେ କ୍ଲାସିକାଲ୍ ଡ୍ୟାନ୍ସ କରୁଛନ୍ତି। ମାଧୁରୀ ଦୀକ୍ଷିତ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ମାଦୁରୀ ଦୀକ୍ଷିତ କ୍ଲାସିକାଲ୍ ବିଟରେ ନାଚୁଥିବାବେଳେ ତାଙ୍କ ପୁଅ ତବଲା ବଜାଉଥିବାର ନଜର ଆସିଛନ୍ତି।

{"id":267917,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.