ଫ୍ୟାନ୍‌ମାନଙ୍କ ପାଇଁ ପ୍ରଥମ ଥର ଗୀତ ଗାଇଲେ ମାଧୁରୀ ଦୀକ୍ଷିତ : ଭାଇରାଲ୍ ହେଲା ଗୀତର ଟିଜର

Published By : Prameya-News7 Bureau | May 16, 2020 IST

ମୁମ୍ବାଇ ୧୬/୫: ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଗତକାଲି ତାଙ୍କ ଜନ୍ମଦିନରେ ନିଜ ପ୍ରଶଂସକଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି। ସେ ନିଜର ପ୍ରଥମ ଗୀତ ରିଲିଜ କରିଛନ୍ତି। ଯାହାକୁ ଖୁବ୍ ପସନ୍ଦ କରାଯାଉଛି। ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଶୁକ୍ରବାର ୫୩ବର୍ଷର ହୋଇଛନ୍ତି। ସେ ତାଙ୍କ ପ୍ରଶଂସକଙ୍କୁ ସବୁଠୁ ଭଲ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି। ସେ ନିଜର ପ୍ରଥମ ସିଙ୍ଗଲର ଟିଜର ସେୟାର କରିଛନ୍ତି ଏବଂ ଏଥିରେ ତାଙ୍କ କଣ୍ଠ ଚମତ୍କାର ରହିଛି।

wp:core-embed/instagram {"url":"https://www.instagram.com/p/CANCqrGH2pY/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CANCqrGH2pY/?utm_source=ig_embed
/wp:core-embed/instagram

‘କ୍ୟାଣ୍ଡଲ୍’ ଟାଇଟଲ୍ ଆଶାର କିରଣ ଉପରେ ଆଧାରିତ। ଭିଡିଓରେ ମାଧୁରୀଙ୍କ ଆଖି ଏବଂ ଓଠର କ୍ଲୋଜ-ଅପ୍ ଶଟ୍ ନଜର ଆସିଛି ଏବଂ ସେ ଗୋଟିଏ ଲାଇନ୍ ଗାଉଛନ୍ତି। ଟିଜର ସେୟାର କରି ମାଧୁରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି,‘ସମସ୍ତଙ୍କୁ ଶୁଭକାମନା ଏବଂ ଜନ୍ମଦିନରେ ପ୍ରେମ ପାଇଁ ଧନ୍ୟବାଦ! ସମସ୍ତଙ୍କୁ କିଛି ଦେବାକୁ ଚାହୁଁଛନ୍ତି। ତାଙ୍କର ପ୍ରଥମ ସିଙ୍ଗଲର ଝଲକ ସେୟାର କରୁଛନ୍ତି। ଖୁବ୍ ଶୀଘ୍ର ଗୀତ ସେୟାର କରିବେ। ଏହି ଗୀତର ନାଁ ‘କ୍ୟାଣ୍ଡଲ୍’ ଏବଂ ଆଶା ବିଷୟରେ ଯାହା ଆମର ଏବେ ଆବଶ୍ୟକତା ରହିଛି।

{"id":271011,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.