୩ ବର୍ଷ ପାଇଁ ଭଡାରେ ଘର ନେଇଛନ୍ତି ମାଧୁରୀ, ପ୍ରତି ମାସରେ ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

Published By : Prameya-News7 Bureau | November 03, 2021 IST

ମୁମ୍ବାଇ ୦୩/୧୧: ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ମୁମ୍ବାଇରେ ଏକ ଭଡା ଘର ନେଇଛନ୍ତି। ଏଥିପାଇଁ ସେ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି। ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ପାଇଁ ମାଧୁରୀ ମାସକୁ ପ୍ରାୟ ୧୨.୫ ଲକ୍ଷ ଟଙ୍କା ଦେଉଛନ୍ତି। ମାଧୁରୀ ଏହି ଆପାର୍ଟମେଣ୍ଟ ପାଇଁ ୩ କୋଟି ଟଙ୍କା ଜମା କରିଛନ୍ତି। ଏହି ଘରେ ତାଙ୍କର ପାଞ୍ଚଟି କଭର୍ କାର୍ ପାର୍କିଂ ମଧ୍ୟ ଅଛି। ଘରର ଭଡା ଚୁକ୍ତି ଅକ୍ଟୋବର ୨୬, ୨୦୨୧ ରେ ରେଜିଷ୍ଟର କରାଯାଇଛି।

ମାଧୁରୀରଙ୍କ ଏହି ଆପାର୍ଟମେଣ୍ଟର କାଗଜପତ୍ରରେ ଭଡା ଏବଂ ଆପାର୍ଟମେଣ୍ଟ ବିଷୟରେ ସୂଚନା ଦିଆଯାଇଛି। ଏହି ଦଲିଲ ଅନୁଯାୟୀ, ମାଧୁରୀ ଏହି ଆପାର୍ଟମେଣ୍ଟକୁ ଆସନ୍ତା ୩ ବର୍ଷ ପାଇଁ ଭଡା ନେଇଛନ୍ତି। ଏହି ଆପାର୍ଟମେଣ୍ଟ ଇଣ୍ଡିଆବୁଲ୍ସ ବ୍ଲୁ, ୱର୍ଲିରେ ଅବସ୍ଥିତ। ଏହା ଆପାର୍ଟମେଣ୍ଟର ୨୯ ତମ ମହଲାରେ ଅଛି।

ଏହି ଆପାର୍ଟମେଣ୍ଟ ପ୍ରାୟ ୫୫୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଛି। ସ୍ଥାନୀୟ ଦଲାଲଙ୍କ ଅନୁଯାୟୀ, ଏହି ସୁନ୍ଦର କାଚ ବିଲ୍ଡିଂରେ ପ୍ରାୟ ୩୦୦ ଆପାର୍ଟମେଣ୍ଟ ଅଛି, ଯେଉଁଥିରେ 2BHK, 3BHK ଏବଂ 4BHK ଆପାର୍ଟମେଣ୍ଟ ରହିଛି। ସେମାନଙ୍କର ମୂଲ୍ୟ ୪.୫ କୋଟିରୁ ୧୫ କୋଟି ଟଙ୍କା ମଧ୍ୟରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.