Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

‘ବାଜରେ ଦା ସିଟ୍ଟା’ ଚ୍ୟାଲେଞ୍ଜ୍ ନେଲେ ମାଧୁରୀ ଦୀକ୍ଷିତ, ଟ୍ରାନ୍ସଫର୍ମେସନ୍ ଲୁକରେ ଦେଖା ଗଲେ ଖୁବ୍ ସୁନ୍ଦର

21/04/2021 at 12:16 PM

ମୁମ୍ବାଇ ୨୧/୦୪: ମାଧୁରୀ ଦୀକ୍ଷିତ ତାଙ୍କର ଦମଦାର ଅଭିନୟ ଏବଂ ଡ୍ୟାନ୍ସ ପାଇଁ ଜଣାଶୁଣା । ଆଜିକାଲି ତାଙ୍କୁ ଡ୍ୟାନ୍ସ ରିଆଲିଟି ସୋ ‘ଡ୍ୟାନ୍ସ ଡିୱାନ ୩’ ରେ ଜଜ୍ ଭାବରେ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ମାଧୁରୀ ସୋସିଆଲ ମିଡିଆରେ ତାଙ୍କର କିଛି ମଜାଳିଆ ଭିଡିଓ ମଧ୍ୟ ପୋଷ୍ଟ କରିଥାନ୍ତି । ବର୍ତ୍ତମାନ ସେ ଆଉ ଏକ ଭିଡିଓ ସେୟାର କରିଛନ୍ତି ।

ମାଧୁରୀ ଦୀକ୍ଷିତଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାର ଲାଗିଛି । ଭିଡିଓରେ ସେ ‘ବାଜରେ ଦା ସିଟ୍ଟା’ ଚ୍ୟାଲେଞ୍ଜ ନେଉଥିବାର ଦେଖାଯାଇଛି । ଚ୍ୟାଲେଞ୍ଜ ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ଅନଲାଇନ୍ ନିର୍ମାତାମାନେ ମେକଅପ୍ ପୂର୍ବରୁ ଏବଂ ମେକଅପ୍ ପରେ ଲୁକ୍ ସହିତ ଭିଡିଓ ତିଆରି କରିଥିଲେ ।  ମାଧୁରୀ ମଧ୍ୟ ଏହି ଚ୍ୟାଲେଞ୍ଜ୍ ଗ୍ରହଣ କରିଥିଲେ । ଭିଡିଓ ଆରମ୍ଭରେ, ମାଧୁରୀ ଗ୍ରୀନ୍ ରୁମରେ ବିନା ମେକଅପ୍ ରେ ବସିଛନ୍ତି । ପରବର୍ତ୍ତୀ କ୍ଲିପ୍ ରେ, ସେ ତାଙ୍କ ଟ୍ରାନ୍ସଫର୍ମେସନ୍ ଲୁକ୍ ରେ ନଜର ଆସିଛନ୍ତି, ଯେଉଁଥିରେ ସେ ଗୋଲାପୀ ରଙ୍ଗର ଲେହେଙ୍ଗାରେ ଦେଖାଯାଇଛନ୍ତି । ଏହା ସହ ସେ ଡାଏମଣ୍ଡ ନେକଲେସ୍ ଏବଂ କାନଫୁଲ ପିନ୍ଧିଛନ୍ତି ।

ମାଧୁରୀଙ୍କ ଏହି ଲୁକ୍ ‘ଡ୍ୟାନ୍ସ ଦିୱାନ ୩’ ସମୟର । ଏଥିରୁ ଜଣାଯାଉଛି ସୁଟିଂରୁ ସମୟ ମିଳିବା ମାତ୍ରେ ସେ ଏହି ଭିଡିଓ ତିଆରି କରିଛନ୍ତି । ନିକଟରେ, ମାଧୁରୀ ନୋରା ଫତେହିଙ୍କ ସହ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ଉଭୟେ ‘ଏକ ଦୋ ତିନ୍’ ଏବଂ ‘ଦିଲବର’ ଗୀତରେ ନାଚୁଥିବାର ନଜର ଆସିଥିଲେ ।

   Related Posts