ଧକ୍‌ଧକ୍ ଗାର୍ଲ ବିବାହ ପରେ ଦେଇଥିଲେ ଦେବଦାସ୍ ଭଳି ହିଟ୍ : ହାପି ବାର୍ଥଡେ ମାଧୁରୀ

Published By : Prameya-News7 Bureau | May 15, 2020 IST

ମୁମ୍ବାଇ ୧୫/୫: ବଲିଉଡରେ ଆଜି ଅନେକ ଅଭିନେତ୍ରୀ ଏପରି ଅଛନ୍ତି ଯେଉଁମାନେ ବିବାହ ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଏପରି ଏକ ସମୟ ଥିଲା ଯେତେବେଳେ ବିବାହ କଲେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ବୋଲି କୁହାଯାଉଥିଲା। କିନ୍ତୁ ମାଧୁରୀ ଦୀକ୍ଷିତ ବିବାହ ପରେ ମଧ୍ୟ ସିନେମା ଜଗତକୁ ଫେରିଥିଲେ। ସେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଲେ ନାହିଁ ବରଂ ଭଲ ଫିଲ୍ମ ମଧ୍ୟ ଦେଇଥିଲେ।

{"id":270181,"sizeSlug":"large"}

ମେ ୧୫ ଅର୍ଥାତ୍ ଆଜି ମାଧୁରୀ ନିଜର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ସେ ନିଜ ସ୍ବାମୀ ଶ୍ରୀରାମ ନେନେଙ୍କ ସହ ପାରିବାରିକ ଜୀବନରେ ଖୁସି ଅଛନ୍ତି। ଯେତେବେଳେ ସେ ସିନେମା ଛାଡ଼ି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ଲୋକଙ୍କୁ ଲାଗିଥିଲା ଯେ ତାଙ୍କର କ୍ୟାରିୟର ସରିଗଲା।

{"id":270183,"sizeSlug":"large"}

ମାଧୁରୀ ଏକ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ ସେ ବିବାହ କରିଥିଲେ ସବୁ କିଛି ଜଲଦି ହୋଇଥିଲା। କିନ୍ତୁ ଫେରିବାର କଥା ଯେତେବେଳେ ପଡ଼ିଥିଲା ସେତେବେଳେ ବହୁତ କାରଣ ଏଥିରେ ଥିଲା। ସେ ଏମିତି ଫେରିବାକୁ ନିଷ୍ପତ୍ତି ନେଇନଥିଲେ।

{"id":270182,"sizeSlug":"large"}

ମାଧୁରୀ କହିଥିଲେ ଯେ ତାଙ୍କ ବାପା ମାଆ ଚାହୁଁଥିଲେ ଯେ ସେ ଭାରତ ଫେରି ଆସନ୍ତୁ। ଏହା ସହିତ ସେ ନିଜ ପିଲାଙ୍କ ବିଷୟରେ ଭାବିଥିଲେ କାରଣ ସେମାନେ ଏବେ ଛୋଟ ଅଛନ୍ତି ବଡ଼ ହୋଇ ଯଦି ଭାରତ ଫେରିବାକୁ ନ ଚାହାନ୍ତି।

{"id":270193,"sizeSlug":"large"}

ସେ ଯେତେବେଳେ ଫିଲ୍ମ ଦେଢ଼ ଇସ୍କିୟାଁ ବିଷୟରେ ଶୁଣିଲେ ତାଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିଥିଲା। ସେ ଫିଲ୍ମର ପଛ ପାର୍ଟ ପ୍ରତି ଇମ୍ପେସ୍ ଥିଲେ। ତେଣୁ ସେ ଏହି ଫିଲ୍ମ କରିବାକୁ ଚାହୁଁଥିଲେ।

{"id":270191,"sizeSlug":"large"}

ମାଧୁରୀ ଭାରତରେ ନିଜର ଡାନ୍ସ ଏକାଡେମୀ ଚଲାନ୍ତି। ସେ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ ଡାନ୍ସକୁ ନେଇ ଯେଉଁ ପ୍ୟାଶନ୍ ଥିଲା ସେ ଏହାକୁ ଜାରି ରଖିବାକୁ ଚାହୁଁଥିଲେ। ଏହି କାରଣ ଯୋଗୁଁ ସେ ଡାନ୍ସ ଏକାଡେମୀ ବିଷୟରେ ଚିନ୍ତା କରିଥିଲେ।

{"id":270186,"sizeSlug":"large"}

ମାଧୁରୀ ବିବାହ ପରେ ନିଜ ଯାଦୁଗରୀ ଅଭିନୟରେ ପୁଣି ଥରେ ଦର୍ଶକଙ୍କ ହୃଦୟ ଜିତିଥିଲେ।

{"id":270197,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.