ଭୁବନେଶ୍ବରରେ ପହଞ୍ଚିଲେ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍ ; ହକି ଉଦ୍‌ଘାଟନୀ ଉତ୍ସବରେ ନୃତ୍ୟ ପରିବେଷଣ କରିବେ

Published By : Prameya-News7 Bureau | November 26, 2018 IST

ଭୁବନେଶ୍ବର ୨୬|୧୧:  ଜୋର ଧରିଲାଣି ହକି ଫିଭର । ଆସନ୍ତାକାଲି ହକି ବିଶ୍ବକପ୍ ର ଉଦଘାଟନୀ ଉତ୍ସବ । ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ । ଉଦଘାଟନୀ ଉତ୍ସବରେ ‘ଦି ଆର୍ଥ ସଙ୍ଗ’ ରେ ନୃତ୍ୟ ପରିବେଷଣ କରିବେ ମାଧୁରୀ । ଏଥିପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ମାଧୁରୀ ଦୀକ୍ଷିତ୍ । ପ୍ରାୟ ୧୧ଶହ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ହକି ବିଶ୍ବ କପର ଥିମ୍ ରହିଛି ଏକତ୍ରିତ ବିଶ୍ବର ଶକ୍ତି । ପ୍ରାୟ ୪୦ ମିନିଟ୍ ଧରି ହେବାକୁ ଥିବା ଏହି ନୃତ୍ୟ ପ୍ରଦର୍ଶନରେ ୫ଟି ଆକ୍ଟ ପ୍ରଦର୍ଶିତ ହେବ । ସାମକ ଡାଭରଙ୍କ କୋରିଓଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗୀତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୁର ମହାଜନ । ଦେଶୀ ଓ ବିଦେଶୀ ଫର୍ମରେ ନୃତ୍ୟ ପରିବେଷଣ କରିବେ ମାଧୁରୀ ଦୀକ୍ଷିତ୍ । ମାଧୁରୀଙ୍କୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍ ମାନଙ୍କ ମଧ୍ୟରେ ବଡ ଉତ୍କଣ୍ଠା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.