ଆଗାମୀ ନିର୍ବାଚନରେ ମାଧୁରୀଙ୍କୁ ପୁଣେର ଟିକେଟ ଦେବ ବିଜେପି !
8/12/2018 at 12:01 PM

ପୁଣେ ୮/୧୨ : ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଟିକେଟ ଦେବା ନେଇ ଆଲୋଚନା ହେଉଛି | ଗତ ଜୁନ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମାଧୁରୀ ଦୀକ୍ଷିତଙ୍କୁ ସାକ୍ଷାତ କରିଥିଲେ | ସେହିଦିନ ଠାରୁ ମାଧୁରୀ ବିଜେପିରେ ନିର୍ବାଚନ ଲଢ଼ିବା ନେଇ ଆଶଙ୍କା କରାଯାଉଛି |
ବିଜେପିର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ଯେ, ମାଧୁରୀ ଦୀକ୍ଷିତଙ୍କୁ ବିଜେପି ପ୍ରାର୍ଥୀ କରିବା ନେଇ ଦଳ ଗମ୍ଭୀର ଭାବେ ଚିନ୍ତା କରୁଛି | ପୁଣେ ଲୋକସଭାରେ ମାଧୁରୀ ଲଢ଼ିବେ ଭଲ ହେବ ବୋଲି ସେ କହିଛନ୍ତି | ତେବେ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରଖିଛି ବୋଲି ସେ ସୂଚନା ଦେଇଛନ୍ତି |
୨୦୧୪ ନିର୍ବାଚନରେ ପୁଣେର ଲୋକସଭା ସିଟ ବିଜେପି ପାଇଥିଲା | ସେତେବେଳେ ପୁଣେରୁ ବିଜେପି ପ୍ରାର୍ଥୀ ଅନିଲ ସିରୋଳେ ଥିଲେ | ସେ ତାଙ୍କର ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ କଦମଙ୍କୁ ୩ ଲକ୍ଷ ଭୋଟରେ ପରାଜୟ କରିଥିଲେ |

ବିଜେପି ନେତା କହିଛନ୍ତି ଯେ, ଯେତେବେଳେ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଜନତାଙ୍କ ସମାନକୁ ନିର୍ବାଚନରେ ନୂଆ ପ୍ରାର୍ଥୀ ରଣନୀତି ଆପଣେଇ ଥିଲେ | ମୋଦିଙ୍କ ସେହି ନିଷ୍ପତ୍ତିରେ ସେତେବେଳେ ଦଳକୁ ଲାଭ ମଧ୍ୟ ମିଳିଥିଲା | ନୂଆ ପ୍ରାର୍ଥୀଙ୍କୁ ମଉକା ଦେବାରୁ ଲୋକଙ୍କୁ ମନ୍ତବ୍ୟ ଦେବା ପାଇଁ ସୁଯୋଗ ମିଳିନଥିଲା | ଏଭଳି ନିଷ୍ପତ୍ତିରେ ବିରୋଧୀ ମଧ୍ୟ ଆଶ୍ଚଯ୍ୟ ହୋଇଯାଇଥିଲେ | ବିଜେପି ନିର୍ବାଚନ ଜିତି ସଫଳ ମଧ୍ୟ ହୋଇଥିଲା |