ଏଣିକି ପିଲାଙ୍କୁ ଯିବାକୁ ପଡିବନି ଟ୍ୟୁସନ୍, ‘ମଧୁବାବୁ' ଆପ୍ ମାଧ୍ୟମରେ କରିପାରିବେ ଡାଉଟ୍ କ୍ଲିୟର

Published By : Prameya-News7 Bureau | December 03, 2019 IST

ବ୍ରହ୍ମପୁର ୩।୧୨: ଛାତ୍ରଛାତ୍ରୀମାନଙ୍କ ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି । ପିଲାଙ୍କୁ ସ୍କୁଲ ଆସିବାକୁ ଆକୃଷ୍ଟ କରିବାଠୁ ଆରମ୍ଭ କରି କିଭଳି ପିଲାମାନଙ୍କର ପାସ୍ ହାର ବୃଦ୍ଧି ପାଇବ ସେ ଦିଗରେ ମଧ୍ୟ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ପାଠ ପଢା ଢାଞ୍ଚାରେ ନୂଆ ବ୍ୟବସ୍ଥା କରାଯିବ ।

{"id":193143,"sizeSlug":"large"}

ଏଣିକି ଛାତ୍ରଛାତ୍ରୀଙ୍କ ପାଠ ପଢା ଢାଞ୍ଚା ବଦଳିବ । ସ୍କୁଲରେ ଶିକ୍ଷା ଗ୍ରହଣ ପରେ କୌଣସି ବିଷୟ ପିଲାମାନେ ବୁଝି ନପାରିଲେ ଅଥବା କିଛି ସନ୍ଦେହ ରହିଲେ ଆଉ ଯିବାକୁ ପଡିବ ନାହିଁ ଟ୍ୟୁସନ । ସନ୍ଦେହ ଦୂର କରିବା ପାଇଁ ପିଲାଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ‘ମଧୁବାବୁ ଆପ୍’ ମାଧ୍ୟମରେ ଯେକୌଣସି ସ୍ଥାନରେ ପିଲାମାନେ ବିନା ଦ୍ବିଧାରେ ଶିକ୍ଷା ଗ୍ରହଣ କରିପାରିବେ ।

{"id":193144,"sizeSlug":"large"}

ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ଯୋଜନା ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ ହେବ । ଏହି ଯୋଜନା ଆଜିଠାରୁ ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଏହି ଆପ୍ ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.