ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତର ସହଯୋଗୀ ମଧୁ ମଞ୍ଜରୀ ଗିରଫ

Published By : Prameya-News7 Bureau | February 01, 2021 IST

ଭୁବନେଶ୍ବର୧/୨:  ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଚାଲିଥିବା ଦେହ ବ୍ୟବସାୟ ଘଟଣାରେ ଟେଲରିଂ ଇନ୍‌ଷ୍ଟ୍ରକ୍ଟର ମଧୁ ମଞ୍ଜରୀ ଧଳ ଗିରଫ। ଜୋର ଜବରଦସ୍ତ ଯୁବତୀଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ଲିପ୍ତ କରୁଥିଲେ ମଧୁ। ଭୁବନେଶ୍ବର ଏୟାରପୋର୍ଟ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଚାଲିଥିବା ଦେହ ବ୍ୟବସାୟର ମୁଖ୍ୟ ଅଭଯୁକ୍ତ ସୁରେଶ ବେହେରାର ସହଯୋଗୀ ହେଉଛନ୍ତି ମଧୁ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ଚାକିରୀ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନନିର୍ଯାତନା ଘଟଣାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲେ ଖୋଦ୍ ଦିବ୍ୟାଙ୍ଗ କମିଶନ। ଏ ନେଇ ଦୁଇ ମାସ ତଳୁ  ଥାନାରେ ଏତଲା ପରେ ବି ଆଗକୁ ବଢ଼ୁ ନଥିଲା ତଦନ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.