Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାହିଁକି ଅଲଗା ହେଲେ ୬୦ ଦଶକର ମୋଷ୍ଟ ରୋମାଣ୍ଟିକ୍ ଯୋଡ଼ି ଦିଲୀପ କୁମାର ଏବଂ ମଧୁବାଲା : ରାଜ ଖୋଲିଲେ ମଧୁବାଲାଙ୍କ ସାନ ଭଉଣୀ

4/05/2020 at 1:22 PM

ମୁମ୍ବାଇ ୪/୫: ଦିଲୀପ କୁମାର ଏବଂ ମଧୁବାଲାଙ୍କୁ ବଲିଉଡର ଆଇକନିକ୍ ଯୋଡ଼ି ଭାବେ ଜଣାଯାଇଥାଏ। ୯ବର୍ଷ ଯାଏଁ ରିଲେସନଶିପରେ ରହିବା ପରେ ମଧ୍ୟ ଉଭୟ ବିବାହ କରି ପାରିନଥିଲେ ଯାହାକୁ ନେଇ ବିଭିନ୍ନ ପ୍ରକାରର ଖବର ସାମନାକୁ ଆସିଥିଲା। ନିକଟରେ ମଧୁବାଲାଙ୍କ ସାନ ଭଉଣୀ ମଧୁର ଭୂଷଣ ନିଜର ଏକ ସାକ୍ଷାତକାରରେ ଉଭୟଙ୍କ ରିଲେସନଶିପ୍ ବିଷୟରେ କହିଛନ୍ତି।

ମଧୁବାଲାଙ୍କ ଭଉଣୀ ମଧୁର ଭୂଷଣ କହିଛନ୍ତି ଯେ ମଧୁବାଲା ଏବଂ ଦିଲୀପ କୁମାର ପରସ୍ପର ପାଇଁ ହୋଇଥିଲେ। ୫୦ଦଶକରେ ରିଲିଜ ହୋଇଥିବା ଫିଲ୍ମ ନୟା ଦୌର ସମୟରେ କୋର୍ଟ କେସ୍ ଯୋଗୁଁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହି ଫିଲ୍ମର ୟୁନିଟକୁ ଗ୍ବାଲିୟରରେ ଏକ ସ୍ଥାନରେ ସୁଟିଂ କରିବାର ଥିଲା। ଏହି ସ୍ଥାନରେ ଆଉ ଏକ ଫିଲ୍ମ ‘ଜବିନ ଜଲିଲ’ ସୁଟିଂ ସମୟରେ ଏକ ଦଳ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ସେମାନଙ୍କ କପଡ଼ା ଫାଡ଼ି ଦେଇଥିଲେ। ଏଥିପାଇଁ ତାଙ୍କ ବାପା ଚିନ୍ତିତ ହୋଇପଡ଼ିଥିଲେ ଏବଂ ସେ ସ୍ଥାନ ପରିବର୍ତ୍ତନ କରିବାକୁ କହିଥିଲେ। ବାପା ମଧୁବାଲାଙ୍କୁ ବାହାରକୁ ଯିବାକୁ ରୋକୁନଥିଲେ ଏବଂ ପୂର୍ବରୁ ମଧ୍ୟ ମଧୁବାଲା ମହାବଳେଶ୍ବର,ହାଇଦ୍ରାବାଦ ଭଳି ସ୍ଥାନରେ ସୁଟିଂ କରି ସାରିଥିଲେ।

ସେ କହିଥିଲେ ଯେ ଏହି କେସ୍ ଅଦାଲତ ଯାଏଁ ପହଞ୍ଚିଥିଲା ଏବଂ ଦିଲୀପ କୁମାର ତାଙ୍କ ବାପାଙ୍କୁ ତାନାଶାହ କହିଥିଲେ ଏବଂ ସେ ନିର୍ଦେଶକ ବିଆର ଚୋପ୍ରାଙ୍କୁ ସପୋର୍ଟ କରିଥିଲେ। ଏହି କେସ୍ ପରେ ଦିଲୀପ ଏବଂ ମଧୁବାଲାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସେମାନେ ସମାଧାନ କରିବାକୁ ସୃଷ୍ଟି କରିଥିଲେ କିନ୍ତୁ କିଛି ଫାଇଦା ହୋଇନଥିଲା। ମଧୁବାଲା ସେଥିପାଇଁ ସବୁବେଳେ କାନ୍ଦୁଥିଲେ। ଦିଲୀପ କୁମାର ତାଙ୍କୁ ତାଙ୍କ ବାପାଙ୍କୁ ଛାଡ଼ି ଦେଲେ ବିବାହ କରିବେ ବୋଲି କହୁଥିଲେ। କିନ୍ତୁ ମଧୁବାଲା ତାଙ୍କୁ ଘରକୁ ଆସି କ୍ଷମା ମାଗିଲେ ଏବଂ ବାପାଙ୍କୁ ଆଲିଙ୍ଗନ କଲେ ବିବାହ କରିବେ ବୋଲି କହିଥିଲେ। ଏହି ପ୍ରେମକୁ ଅହଙ୍କାର ବରବାଦ କରି ଦେଇଥିଲା। କିନ୍ତୁ ତାଙ୍କ ବାପା ଦିଲୀପଙ୍କ ସହ ନିର୍ବନ୍ଧ ଭାଙ୍ଗିବାକୁ କି କ୍ଷମା ମାଗିବା କଥା କହିନଥିଲେ। ମଧୁବାଲା ରୋଗଗ୍ରସ୍ତ ହୋଇ ମଧ୍ୟ ମୁଗଲ-ଏ-ଆଜମ୍ ସୁଟିଂ କରିଥିଲେ।

   Related Posts