ବ୍ରହ୍ମପୁର ୩।୧୨: ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ଆପ୍ ର ହେଲା ଶୁଭାରମ୍ଭ । 'ମଧୁ' ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ପ୍ରଥମଥର ଲାଗି ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ ହୋଇଛି ।
{"id":193143}ଛାତ୍ରଛାତ୍ରୀଙ୍କ ପାଠ ପଢା ଢାଞ୍ଚା ବଦଳିଛି । ସ୍କୁଲରେ ଶିକ୍ଷା ଗ୍ରହଣ ପରେ କୌଣସି ବିଷୟ ପିଲାମାନେ ବୁଝି ନପାରିଲେ ଅଥବା କିଛି ସନ୍ଦେହ ରହିଲେ ଆଉ ଯିବାକୁ ପଡିବ ନାହିଁ ଟ୍ୟୁସନ । ସନ୍ଦେହ ଦୂର କରିବା ପାଇଁ ପିଲାଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ‘ମଧୁ' ଆପ୍ ମାଧ୍ୟମରେ ଯେକୌଣସି ସ୍ଥାନରେ ପିଲାମାନେ ବିନା ଦ୍ବିଧାରେ ଶିକ୍ଷା ଗ୍ରହଣ କରିପାରିବେ ।
{"id":193144}ଏଭଳି ଏକ ଯୋଜନା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏହି ଆପ୍ ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।