Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆମେରିକା ନୌସେନାରେ ପ୍ରଥମ କୃଷ୍ଣକାୟ ମହିଳା ପାଇଲଟ୍ ମେଡଲିନ୍

13/07/2020 at 3:01 PM

ନୂଆଦିଲ୍ଲୀ ୧୩/୭: ଆମେରିକାରେ ଏବର୍ଷ ମେ ୨୫ତାରିଖ କୃଷ୍ଣକାୟ ଆମେରିକୀୟ ନାଗରିକ ଜର୍ଜ ଫ୍ଲାୟଡ଼ଙ୍କ ହତ୍ୟା କରି ଦିଆଯାଇଥିଲା। ଯାହା ପରଠୁ ଦେଶବ୍ୟାପି ଶ୍ବେତକାୟ ଏବଂ କୃଷ୍ଣକାୟଙ୍କ ମୁଦ୍ଦାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ। ଏବେ ଆଫ୍ରିକୀୟ ମୂଳ ମେଡଲିନ୍ ସ୍ବିଗଲ୍ ଆମେରିକୀୟ ନୌସେନାରେ ପ୍ରଥମ କୃଷ୍ଣକାୟ ମହିଳା ପାଇଲଟ୍ ହୋଇଛନ୍ତି।

ନୌସେନା ବାୟୁ ପ୍ରଶିକ୍ଷଣ କର୍ମୀ ସୂଚନା ଦେଇ କହିଛନ୍ତି ଯେ ସ୍ବିଗଲ୍ ନୌସେନାର ପ୍ରଥମ କୃଷ୍ଣକାୟ ମହିଳା ଟେକଏୟାର ପାଇଲଟ୍ ହୋଇଛନ୍ତି। ଭର୍ଜିନିଆରେ ରହୁଥିବା ସ୍ବିଗଲ୍ ୨୦୧୭ମସିହାରେ ୟୁଏସ୍ ନାଭାଲ୍ ଏକାଡେମୀରୁ ଗ୍ରାଜୁଏସନ୍ କରିଛନ୍ତି। ପାଇଲଟ ହେବା ସହ ତାଙ୍କୁ ଟେକ୍ସାସର କିଙ୍ଗସଭିଲେର ରେଡହାକ୍ସ ଅଫ୍ ଟ୍ରେନିଂ ସ୍କ୍ବାଡ୍ରନ୍ ୨୧ର ଦାୟିତ୍ବ ମଧ୍ୟ ଦିଆଯାଇଛି।

ଜର୍ଜ ଫ୍ଲାୟଡ଼ଙ୍କ ହତ୍ୟା ଅଭିଯୋଗରେ ମିନି ପୋଲିସର ଶ୍ବେତକାୟ ପୋଲିସ୍ ଅଧିକାରୀ ଡେରେକ୍ ଶାଭିନଙ୍କୁ ଗିରଫ କରାଯାଇଥିଲା। ଜର୍ଜ ଫ୍ଲାଏଡଙ୍କ ହତ୍ୟା ପରେ ସମଗ୍ର ଦେଶର ଲୋକେ ରାସ୍ତାକୁ ଓହ୍ଲାଇ ଏହି ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠାଇଥିଲେ।

   Related Posts