Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଫ୍ରାନ୍ସର ବଡ ଅଫର ! ଖୁବ୍ ଶୀଘ୍ର ଭାରତରେ ଉପଲବ୍ଧ ହେବ made-in-India ରାଫେଲ

9/01/2021 at 5:16 PM

ନୂଆଦିଲ୍ଲୀ ୯।୧: ଭାରତ ଓ ଫ୍ରାନ୍ସ ମଧ୍ୟରେ ପାରସ୍ପରିକ ପ୍ରତିରକ୍ଷା ସହଯୋଗ ବେଳକୁ ବେଳ ମଜଭୁତ ହେବାରେ ଲାଗିଛି। ଫ୍ରାନ୍ସର ଅତ୍ୟାଧୁନିକ ହେଲିକପ୍ଟର ପାନ୍ଥରର ଶତ ପ୍ରତିଶତ ନିର୍ମାଣ ଭାରତରେ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ସେହିପରି ରାଫେଲ ଯୁଦ୍ଧବିମାନର ୭୦ ପ୍ରତିଶତ ଆସେମ୍ବଲ ହେବ।  ‘ମେକ୍-ଇନ-ଇଣ୍ଡିଆ’ରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରନଙ୍କ ରାଜନୈତିକ ପରାମର୍ଶଦାତା ଇମାନୁଏଲ ବୌନେ ଭାରତୀୟ ନେତାଙ୍କ ସହ ଆଲୋଚନା କାଳରେ ଏହି ପ୍ରତିରକ୍ଷା ନିର୍ମାଣ ଲାଗି ପ୍ରସ୍ତାବ ଦେଇଛନ୍ତି। ଚଳିତ ସପ୍ତାହରେ ଭାରତ ଓ ଫ୍ରାନ୍ସ ମଧ୍ୟ ୩୪ତମ ରଣନୈତିକ ଆଲୋଚନା ହୋଇଛି। ଏଥିଲାଗି ବୌନେ ଭାରତରେ ଅବସ୍ଥାନ କାଳରେ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଫ୍ରାନ୍ସରୁ ଭାରତ ୩୬ଟି ରାଫେଲ ଯୁଦ୍ଧବିମାନ କ୍ରୟ କରୁଛି। ତେବେ ଦେଶରେ ଯୁଦ୍ଧବିମାନର ନିର୍ମାଣ ହେଲେ ଅଧିକ ସଂଖ୍ୟକ ବିମାନ କ୍ରୟର ସମ୍ଭାବନା ରହିଛି। ଏହା ଦ୍ୱାରା ବିମାନ କ୍ରୟ ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ହେବ ବୋଲି କୁହାଯାଇଛି।

ଭାରତ ଲାଗି ଲାଭଦାୟକ ପ୍ରସ୍ତାବ
ଭାରତରେ ପେନ୍ଥର ହେଲିକପ୍ଟରର ନିର୍ମାଣ ଲାଗି ଫ୍ରାନ୍ସର ପ୍ରସ୍ତାବ ଲାଭଜନକ ସାବ୍ୟସ୍ତ ହୋଇପାରେ। ଭାରତୀୟ ନୌସେନା ମଧ୍ୟମ ବର୍ଗର ହେଲିକପ୍ଟର କିଣିବା ଲାଗି ଆଗ୍ରହୀ ଅଛନ୍ତି। ଏଥିରେ ଏୟାରବସ୍‌ଙ୍କ ଏଏସ୬୫ଏମବିଇ ଭାରତରେ ନିର୍ମାଣ ହେଲେ ନୌସେନା କିଣିବା ନିଶ୍ଚିତ। ଏହା ଏକ ଅଲୱେଦର ମଲ୍ଟିରୋଲ ହେଲିକପ୍ଟର ଭାବେ ଜଣାଶୁଣା।  ପେନ୍ଥର ସିପ୍‌ ଡେକ୍ ସମେତ ଉପକୂଳ ଲୋକେସନ ଓ ଭୂମି ଆଧାରିତ ଘାଟିରୁ ବେଶ ସଞ୍ଚାଳିତ ହୋଇପାରିବ।

ଏହାଛଡା ଭାରତକୁ ଲିଜରେ ୬ଟି ଏୟାରବସ୍‌ ଟ୍ୟାଙ୍କର ଦେବାକୁ  ମଧ୍ୟ ଫ୍ରାନ୍ସ ପ୍ରସ୍ତାବ ଦେଇଛି। ଯାହା ଉପରେ ଭାରତ ବିଚାର କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହା ଛଡା ଏହି ରକ୍ଷା କାରବାରରେ ଭାରତ ଫ୍ରାନ୍ସ ଲାଗି କିଛି ସର୍ତ୍ତ ରଖିଛି। ଏଥିରେ ଭାରତକୁ ଦିଆଯାଉଥିବା ଯୁଦ୍ଧବିମାନ, ଯୁଦ୍ଧଉପକରଣ ଓ ବୈଷୟିକ ଜ୍ଞାନ କୌଶଳ ଯେପରି ବିରୋଧୀଙ୍କୁ ଦିଆ ନଯାଏ ସେଥି ଲାଗି ସର୍ତ୍ତ ରଖିଛି। ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଲାଗି ଆହ୍ୱାନ ପାଲଟିଥିବା ପାକିସ୍ତାନକୁ ଯେପରି ଏପରି ସାମଗ୍ରୀ ନ ମିଳେ ସେଥିପାଇଁ ଭାରତ ପ୍ରତିଶ୍ରୁତି ଚାହିଁଛି। ଯେଉଁଥିରେ ଫ୍ରାନ୍ସ ସମ୍ପୂର୍ଣ୍ଣ ସହମତ ବୋଲି କହିଛି।

   Related Posts