ଭଲ ଖବର: ସ୍ବଦେଶୀ କୋଭାକ୍ସିନ୍ ଟିକାର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ୍‌କୁ ମିଳିଲା ମଞ୍ଜୁରୀ, ସେପ୍ଟେମ୍ବର୍ ୭ରୁ ପରୀକ୍ଷା ଆରମ୍ଭ

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫/୦୯: କରୋନା ଭାଇରସ ବିରୋଧରେ ସ୍ବଦେଶୀ ଭାକସିନ୍ ‘କୋଭାକ୍ସିନ’ର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି ମିଳିଛି। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର ‘କୋଭାକ୍ସିନ୍’ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ୍ ସେପ୍ଟମ୍ବର ୭ରୁ ଆରମ୍ଭ ହେବ। ସେପ୍ଟମ୍ବର ୩ରେ ଭର୍ଚୁଆଲ ମିଟିଂ ଜରିଆରେ ବିଶେଷଜ୍ଞଙ୍କ ମଧ୍ୟରେ ଟିକାର ଦ୍ବିତୀୟ ଫେଜ୍ ଟ୍ରାଏଲ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏହା ପରେ ହିଁ ଟ୍ରାଏଲକୁ ଅନୁମତି ମିଳିଛି। ଭାରତ ବାୟୋଟେକ୍ ୩୮୦ ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରିବ। ସେମାନଙ୍କୁ ଡୋଜ୍ ଦେବା ପରେ ଚାରି ଦିନ ପର୍ଯ୍ୟନ୍ତ ସେମାନଙ୍କ ସ୍କ୍ରିନିଂ କରାଯିବ।

{"id":325336,"sizeSlug":"large"}

ସୂଚନାଯୋଗ୍ୟ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲର ଫଳ ମଧ୍ୟ ସକାରାତ୍ମକ ଆସିଥିଲା। ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଯେଉଁମାନଙ୍କୁ ଟିକା ଦିଆଯାଇଥିଲା ସେମାନଙ୍କଠାରେ କୌଣସି  ପାଶ୍ୱ ପ୍ରତିକ୍ରିୟା ଦେଖାଯାଇ ନ ଥିଲା। ଏହା ପରେ ପରେ ହିଁ ଭାରତ ବାୟୋଟେକ୍ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ୍ର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା।

ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ବହୁ ସଂଖ୍ୟକ ଲୋକ ରେଜିଷ୍ଟେ୍ରସନ୍ କରିଛନ୍ତି। ତେବେ ଏବେ ସୁଦ୍ଧା ଦେଶରେ ସାତଟି ଭାକସିନ୍ ଉପରେ  ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଟ୍ରାଏଲ୍ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.