Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଏକତରଫା ପ୍ରେମରୁ ଏୟାରହୋଷ୍ଟେସଙ୍କୁ ଗୁଳିକରି ହତ୍ୟା କଲା ଯୁବକ, ୪ଦିନ ପୂର୍ବରୁ ଡବଲ ମର୍ଡର କରି ଥିଲା ଫେରାର

1/10/2019 at 11:13 AM

ବିଜନୌର ୧।୧୦: ଉତ୍ତରପ୍ରଦେଶ ବିଜନୌରରେ ଏକତରଫା ପ୍ରେମରୁ ଦୁବାଇରେ କାର୍ଯ୍ୟରତ ଏୟାରହୋଷ୍ଟେସଙ୍କୁ ଘରେ ପସି ଯୁବକ ହତ୍ୟା କରିଛି । ଯୁବକ ଜଣଙ୍କ ଯୁବତୀଙ୍କୁ ଗୁଳିମାରି ହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏୟାରହୋଷ୍ଟେସ ଯୁବତୀଙ୍କର ଅନ୍ୟତ୍ର ବିବାହ ଠିକ୍ ହୋଇଯାଇଥିବା ଜାଣିବା ପରେ ଯୁବକ ଜଣକ ଏଭଳି କାଣ୍ଡ ଭିଆଇଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମୁରାଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଯୁବକଙ୍କୁ ଖୋଜାଖୋଜି କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସ୍ୟୋହରା ଥାନା ଦୌଲତାବାଦ ଅଞ୍ଚଳର ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ରହୁଥିବା ହରିଓମ୍ ଶର୍ମାଙ୍କ ୨୭ବର୍ଷ ବୟସ୍କା ଝିଅ ନିତିକା ୮ବର୍ଷ ହେବ ଦୁବାଇରେ ଏୟାରହୋଷ୍ଟେସ ଭାବେ କାମ କରୁଥିଲେ । ଦୁଇ ମାସ ପୂର୍ବରୁ ସେ ବିବାହ ପାଇଁ ଘରକୁ ଆସିଥିଲେ । ଆସନ୍ତା ଡିସେମ୍ବର ୨ ତାରିଖରେ ନିତିକାଙ୍କ ବାହାଘର ହୋଇଥାନ୍ତା ।

ଗତକାଲି ଦ୍ବିପ୍ରହରରେ ଘରେ ପରିବାରଲୋକଙ୍କ ସହ ବସି ନିତିକା ଟିଭି ଦେଖୁଥିଲା । ଏତିକିବେଳେ ବଢାପୁର ନିବାସୀ ଅଭିଯୁକ୍ତ ଯୁବକ ଅଶ୍ବିନୀ ଓରଫ ଜନି ତାଙ୍କ ଘରେ ଜୋରଜବରଦସ୍ତ ପସିଥିଲା । କେହି କିଛି ବୁଝିବା ଆଗରୁ ନିଜ ବନ୍ଧୁକ ବାହାରକରି ନିତିକା ଉପରକୁ ଗୁଳି ବର୍ଷଣ କରିଥିଲା । ନିତିକା ଦୌଡି ପଳାଇବାକୁ ଚେଷ୍ଟା କରିଥିଲା ମାତ୍ର ତାଙ୍କ ଦେହରେ ୫ଟି ଗୁଳି ବାଜିଯାଇଥିଲା । ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲା ଜନି । ସୂଚନାଯୋଗ୍ୟ ଯେ, ଜନି ୪ଦିନ ପୂର୍ବରୁ ନିଜ ଦୁଇ ଭାଇଙ୍କୁ ହତ୍ୟା କରିଥିଲା । ଏହି ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ତାଙ୍କୁ ଧରିପାରିନଥିବା ବେଳେ ପୁଣି ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଛି ଜନି ।

ଜଣାପଡିଛି ଯେ, ଜନି ନିତିକାଙ୍କୁ ଏକତରଫା ପ୍ରେମ କରୁଥିଲେ । ନିତିକାଙ୍କ ଅନ୍ୟତ୍ର ବିବାହ ଠିକ୍ ହୋଇଯାଇଥିବା ଶୁଣି ସେ ବରଦାସ୍ତ କରିପାରିନଥିଲେ । ଫଳରେ ସେ ନିତିକାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ । ନିତିକାଙ୍କୁ ମାରିବାରେ ସଫଳ ମଧ୍ୟ ହେଲା । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୋଜାଖୋଜି ଜାରି ରଖିଛି ।

   Related Posts