ମଦ୍ରାସା ମାଷ୍ଟ୍ରେଙ୍କ କେଳେଙ୍କାରୀ, ୯ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ

Published By : Prameya-News7 Bureau | August 11, 2020 IST

ରାୟପୁର ୧୧।୮: ଶିଶୁ ଯୌନ ଶୋଷଣର ଆଉ ଏକ ମାମଲା ସାମ୍ନାକୁ ଆସିଛି । ଛତିଶଗଡ ରାୟପୁରରେ ଜଣେ ମଦ୍ରାସା ଶିକ୍ଷକ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ରବିବାର ଦିନ ଘଟିଛି । ଘଟଣା ପରେ ପୋଲିସ ଅଭିଯୁକ୍ତ ମଦ୍ରସା ଶିକ୍ଷକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଏକ ମଦ୍ରାସାରେ ଶିକ୍ଷକ ଭାବେ କାମ କରୁଥିଲେ । ଅଭିଯୁକ୍ତ ଜଣଙ୍କ ଗତ ୧୫ ଦିନ ହେବ ପୀଡିତା ନାବାଳିକାଙ୍କ ବଡ ଭଉଣୀଙ୍କୁ ଆରବୀ ପଢାଇବା ପାଇଁ ତାଙ୍କ ଘରକୁ ଯାଉଥିଲେ । ସେ ପୀଡିତାଙ୍କୁ ମଧ୍ୟ ସେଠାରେ ପଢାଉଥିଲେ ।

ରବିବାର ଦିନ ଅଭିଯୁକ୍ତ ଶିକ୍ଷକ ତାଙ୍କ ଘରେ ପୀଡିତା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହାପରେ ଘଟଣାସ୍ଥଳ ଛାଡି ସେ ସେଠାରୁ ଫେରାର ହୋଇଯାଇଥିଲେ । ପରେ ଉଭୟ ଭଉଣୀ ନିଜ ବାପା-ମା’ଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ଏହାପରେ ପରିବାରଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଶିକ୍ଷକ ନାଁରେ ଥାନାରେ ଏତଲା ଦାୟର କରାଯାଇଥିଲା ।

ପୋଲିସ କହିଛି ଯେ, ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୭୬ (ଦୁଷ୍କର୍ମ), ୫୦୬ (ଧମକ ଦେବା) ଏବଂ ପୋକ୍ସୋ ମାମଲାରେ ଯାଞ୍ଚ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.