କ୍ୟାବିନେଟ୍ ମନ୍ତ୍ରୀ ମଦନ କୌଶିକଙ୍କ ଆଣ୍ଟିଜେନ୍ ରିପୋର୍ଟ ପଜିଟିଭ : ଏମ୍ସରେ ହେବେ ଭର୍ତ୍ତି

Published By : Prameya-News7 Bureau | September 06, 2020 IST

ଡେହରାଡୁନ ୬/୯: ଉତ୍ତରାଖଣ୍ଡର ସହରୀ ବିକାଶ ମନ୍ତ୍ରୀ ମଦନ କୌଶିକଙ୍କ ରାପିଡ ଆଣ୍ଟିଜେନ୍ ରିପୋର୍ଟ ପଜିଟିଭ ଆସିଛି। ସେ ଖୁବ୍ ଶୀଘ୍ର ଏମ୍ସରେ ଭର୍ତ୍ତି ହେବେ। ସେ ନିଜେ ଏହା ବିଷୟରେ ସୂଚନା ଦେଇଛନ୍ତି। ସେ ଅପିଲ କରିଛନ୍ତି ଯେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରୁହନ୍ତୁ। କୃଷି ମନ୍ତ୍ରୀ ସୁବୋଧ ଉନିୟାଲ ମଧ୍ୟ ସେଲ୍ଫ ଆଇସୋଲେଟ୍ ହୋଇ ଯାଇଛନ୍ତି। ତାଙ୍କ ପୁଅ ଏବଂ ଝିଆରୀଙ୍କ ରିପୋର୍ଟ ପଜିଟିଭ ଆସିଛି।

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା କାରଣରୁ ମନ୍ତ୍ରୀ କୌଶିକ ଶନିବାର ସନ୍ଧ୍ୟାରୁ ୫ଦିନ ପାଇଁ ଆଇସୋଲେଟ୍ ହୋଇ ଯାଇଥିଲେ। ଏହା ପୂର୍ବରୁ ସେ ଜନସମସ୍ୟା ଶୁଣିବା ସହ ମାୟାଦେବୀ ମନ୍ଦିରରେ ଯଜ୍ଞରେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.