Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ମଦମୁକ୍ତ ଓଡିଶା ଗଠନ ପାଇଁ ଆନ୍ଦୋଳନ କରୁଥିଲେ, ଚୋରା ମଦ ବିିକି ଗିରଫ ହେଲେ

9/07/2021 at 10:20 AM

ଭଦ୍ରକ, ୦୯/୦୭:  ମଦ ମୁକ୍ତ ଓଡିଶା ଗଢିବା ପାଇଁ ଆନ୍ଦୋଳନ କରିଥିଲେ । କିନ୍ତୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ ହେଲେ ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ମିଶ୍ର ସାହିର ଶଙ୍କର ମିଶ୍ରଙ୍କୁ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ଧାମନଗର ବ୍ଲକରେ ଶଙ୍କର ମଦ ବିରୋଧୀ ଆନ୍ଦୋଳନ କରିବା ସହ ଲୋକଙ୍କୁ ସଚେତନ କରୁଥିଲେ ।  ବିଭିନ୍ନ ଆନ୍ଦୋଳନରେ ଭାଗ ନେବା ସହିତ ମାନବାଧିକାର କର୍ମୀ ଭାବରେ ବିଭିନ୍ନ ସମୟରେ ମଦ ବିରୋଧୀ ବହୁ ଅଭିଯାନରେ ଏକ ସକ୍ରିୟ କର୍ମକର୍ତ୍ତା ଭାବରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।  ମଦମୁକ୍ତି ନାରାଦେଇ ବହୁ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ସହିତ ସଂପର୍କ ସୃଷ୍ଟି କରି ନିଜର ଏକ ପରିଚୟ ତିଆରି କରିଥିଲେ । କିନ୍ତୁ ଏସବୁର ଆଢୁଆଳରେ ରହି ଦୀର୍ଘଦିନ ଧରି ନିଜ ଅଞ୍ଚଳରେ ବେପାରୁଆ ଭାବରେ ମଦ ବେପାର କରି ଆସୁଥିଲେ । 

ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଧାମନଗର ପୋଲିସ ବରମ୍ବାର ଯୁବକଙ୍କ ଦୋକାନରେ ଚଢ଼ଉ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କିନ୍ତୁ କୌଣସି ବିଶେଷ ସୂତ୍ରରୁ ଖବର ପାଇ ସବ ଇନି୍ସପେକ୍ଟର ମୋତିଲାଲ ମାରାଣ୍ଡି ଓ ପୋଲିସ ଟିମ୍ ମିଳିତ ଭାବରେ ଚଢ଼ଉ କରି ସୋଧ ଧରମ ପଡିଆ ନିକଟରେ ବିପୁଳ ପରିମାଣରେ ମଦ ସହିତ ଏକ ମୋଟର ସାଇକେଲ ଜବତ କରିଥିଲା । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଶଙ୍କରକୁ ଗିରଫ  କରାଯାଇଥିବା ସୂଚନା ମିଳିଛି ।

   Related Posts