Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କାଲିଠୁ କାଉଣ୍ଟରରେ ମଦ ବିକ୍ରି, ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ ଦୋକାନ

30/06/2020 at 12:03 PM

ଭୁବନେଶ୍ୱର ୩୦।୦୬: କରୋନା ମହାମାରୀ ପାଇଁ ଗତ କିଛି ମାସ ହେଲା ରାଜ୍ୟରେ ମଦ କାରବାର ଉପରେ ରୋକ ଲାଗିଥିଲା । ଗତ ମାସ ରାଜ୍ୟ ସରକାର ମଦର ହୋମ ଡେଲିଭରୀ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ଏଣିକି ମଦ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରିବାକୁ ପଡିବ ନାହିଁ, ଏଣିକି କାଉଣ୍ଟରରୁ ସିଧା ମଦ ବିକ୍ରି ହେଇପାରିବ । ଏନେଇ ଅବକାରୀ ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି  । ଆସନ୍ତାକାଲିଠାରୁ ଖୋଲିବ ମଦ ଦୋକାନ। ଆସନ୍ତାକାଲି (ବୁଧବାର) ଠାରୁ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକ ମାନେ କାଉଣ୍ଟରରୁ ମଦ କିଣିପାରିବେ। ସଂଧ୍ୟା ବେଳେ ମଦ କାଉଣ୍ଟର ଆଗରୁ ଭିଡ଼ କମାଇବା ପାଇଁ ସଂଧ୍ୟା ୭ଟାରେ ବନ୍ଦ ହେବ ମଦ କାଉଣ୍ଟର୍। ବିଦେଶୀ ମଦ ଓ ବାର୍  ପାଇଁ ୨ ମାସର ଟିକସ୍‌ ଛାଡ଼ କରିଛନ୍ତି ରାଜ୍ୟ ସରକାର। ଠିପି ଖୋଲା ମଦ ଦୋକାନରେ ମଧ୍ୟ ମଦ ବିକ୍ରି ହୋଇପାରିବ। ଲୋକଙ୍କ ଗହଳି କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ମଦର ଅନଲାଇନ ବୁକିଂ ମଧ୍ୟ ଜାରି ରହିବ। ଏଥିପାଇଁ ଇ-ଟୋକନ ବ୍ୟବସ୍ଥା କରାଯିବ। ଇ-ଟୋକନ ବ୍ୟବସ୍ଥା ଥିବା ନେଇ ମଦ କୋକାନ ଗୁଡ଼ିକ ବିଜ୍ଞାପନ କରିପାରିବେ। osbc.co.in ରେ ମିଳିବ ଇ-ଟୋକନ୍ । ଲୋକଙ୍କ ଗହଳି କମାଇବା ପାଇଁ ମଦ ଦୋକାନ ଆଗରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇପାରିବ। ଏହା ସହିତ ଅତିରିକ୍ତ କର୍ମଚାରୀ ଧାଡ଼ି ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ। ମଦ ଦୋକାନର ସମସ୍ତ ଷ୍ଟାଫ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ସେହିପରି ମାସ୍କ ପିନ୍ଧି ନଥିଲେ ଗ୍ରାହକଙ୍କୁ ମଦ ମିଳିବନି କୁହାଯାଇଛି ।

   Related Posts