Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁ ଗାଁରେ ଚାଲିଛି ବେଆଇନ ମଦ କାରବାର, ପାନ ଦୋକାନର ମିଳୁଛି ବିଭିନ୍ନ ବ୍ରାଣ୍ଡର ମଦ

24/06/2020 at 5:06 PM

ଯାଜପୁର ୨୪।୦୬: ଗାଁ ଗାଁରେ ଚାଲିଛି ବେଆଇନ ମଦ କାରବାର । ଯାଜପୁର ଜିଲ୍ଲାର ରୁଦ୍ରପୁର ଗାଁରେ ଖୁଲମ ଖୁଲା ମଦ ବେପାର ଚାଲିଛି । ପାନ ଦୋକାନ ଏବଂ ତେଜରାତି ଦୋକାନରେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।

ଦୋକାନ ଭିତରେ ମଦ ବିକ୍ରି ହେଉଥିବା ବେଳେ ନାବାଳକ ଓ ବୟସ୍କ ମହିଳାମାନେ ଏହି କାମରେ ନିୟୋଜିତ ଅଛନ୍ତି । ନିଜର ଦୋକାନ ଏବଂ ଘରେ ରଖି ବିଭିନ୍ନ ବ୍ରାଣ୍ଡର ମଦ ଚଢ଼ା ଦରରେ ବିକ୍ରି କରୁଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରୁଦ୍ରପୁର ରୁ ଗୋଳକୁଣ୍ଡ ମଙ୍ଗଳା ମନ୍ଦିର କୁ ସଂଯୋଗ କରୁଥିବା ବ୍ରାହ୍ମଣୀ ବ୍ରିଜ ଉପରେ ସନ୍ଧ୍ୟା ହେଲେ ଚାଲୁଛି ମଦୁଆ ମାନଙ୍କ ରାଜୁତି ।

ଗୋଟିଏ ଫୋନ କଲରେ ଗ୍ରାହକଙ୍କ ପାଖରେ ମଦ ପହଁଚୁଛି । ପଳରେ ବରୀ ଓ ଏହାର ଆଖ ପାଖ ଅଞ୍ଚଳରେ ଖୋଲା ଖୋଲି ଭାବରେ ଚୋରମଦ ବିକ୍ରି ହେଉଥିବା ର ନଜର ଆସିଛି । ଏହା ବରୀ ପୋଲିସ ଷ୍ଟେସନ ଠାରୁ ୪କିମି ଦୂର ହୋଇଥିଲେ ମଧ୍ୟ କାହିଁକି ବରୀ ପୋଲିସ ଚୁପ ବସିଛି ତାହା ଏବେ ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଆସନ୍ତୁ ଦେଖିବା କିପରି ଚାଲିଛି ମଦ କାରବାର…

   Related Posts