ଲକ୍‌ଡାଉନ୍‌ କଟକଣା ମାନୁନାହାନ୍ତି ମଦ ଦୋକାନୀ , ଅଧାସଟର ଖୋଲି ଚାଲିଛି ବେପାର

Published By : Prameya-News7 Bureau | July 28, 2020 IST

ବାଲିପାଟଣା ୨୮।୦୭: ଖୋର୍ଦ୍ଧା ଜିଲ୍ଲାରେ ୩୧ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଲକଡାଉନ ରେ ମଦ ଦୋକାନ ନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବ୍ରାହ୍ମଣଷଡଙ୍ଗୀ ରେ ଖୋଲା ରହିଛି ମଦ ଦୋକାନ । ସଟର ଅଧା ଖୋଲା କରି ମଦ ବିକ୍ରି କରୁଛିନ୍ତି ମଦ ଦୋକାନୀ ।

ମଦ ଦୋକାନ ଖୋଲିବାକୁ କିଏ ଅନୁମତି ଦେଇଛି ? ବାଲିଅନ୍ତା ପୋଲିସ୍ କିଭଳି ଜାଣି ପାରୁ ନି ଏ ସମ୍ପର୍କରେ । ମଦ ଦୋକାନ ସେଲ୍ସ ମ୍ୟାନ୍ କହୁଛନ୍ତି ଦୋକାନ ଅଧା ଖୋଲା ହୋଇଛି । ଲକଡାଉନ୍ ରେ ମଦ ଦୋକାନ ଖୋଲା ହୋଇପାରିବ । ତେବେ ଘଟଣାସମ୍ପର୍କରେ ବାଲିଅନ୍ତା ଥାନା ଅଧିକାରୀ କହିଛନ୍ତି ଯେ, ମଦ ଦୋକାନୀ ମାନେ କେବଳ ଅନଲାଇନ୍ ରେ ମଦ ବିକ୍ରି କରି ପାରିବେ । ମାତ୍ର କାଉଣ୍ଟରେ ଅଫଲାଇନ୍ ମଦ ବିକ୍ରି ପାଇଁ ପରମିଶନ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.