ଗାଡିରୁ ୭୨୦ ବୋତଲ ବିଦେଶୀ ମଦ ଜବତ

Published By : Prameya-News7 Bureau | July 18, 2020 IST

ଅନୁଗୁଳ ୧୮।୦୭: ବିପୁଳ ପରିମାଣର ବିଦେଶୀ ମଦ ଜବତ । ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଏକ କାର୍‌ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ।

ସୂଚନାଯୋଗ୍ୟ ଯେ, ଏକ କାରରୁ ପ୍ରାୟ ୭୨୦ ବୋତଲ ବିଦେଶୀ ମଦ ଜବତ ହୋଇଛି। ପାଖାପାଖି ୧୨୯.୬୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏକ ମାରୁତି ସ୍ୱିଫ୍ଟ କାରରେ ମଦ ବୋତଲ ଥିବା ବେଳେ ଜବତ ହୋଇଛି  । ଘଟଣାରେ ଜରାସିଂଘାର ଗଜେନ୍ଦ୍ର ସାହୁ ଏବଂ କୁମଣ୍ଡ ଚଣ୍ଡୀ ବଜାରର ଅଜୟ କୁମାର ବେହେରାଙ୍କୁ ଗିରଫ କରାଯାଇଛି । ସବୁଠାରୁ ବଡ଼ କଥା ହେଲା ଏଗୁଡିକ ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଅନୁମତି ଲେଖା ଥିବା ବେଳେ ଓଡ଼ିଶାରେ ଏହାର ଲିଙ୍କ ଥିବା ଖବର ଜଣା ପଡ଼ିଛି। ଅନେକ ଦିନରୁ ଏମାନେ ଏହି ମଦକୁ ମାତ୍ର ୫୦ ଟଙ୍କାରେ ଆଣି ଶହ ଶହ ଟଙ୍କାରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ କରୁଥିବା ଖବର ମିଳିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.