Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଦୋକାନ ସିଲ୍‌ ପରେ ବି ଚାଲୁଛି ଚୋରା ବେପାର : କାରରୁ ବିଦେଶୀ ମଦ ଜବତ, ୨ ଗିରଫ

11/05/2020 at 2:31 PM

କଟକ ୧୧।୦୫: ଲକ୍‌ଡାଉନ୍‌ ୩.୦ରେ ଓଡିଶାରେ ମଦ ଦୋକାନ ବନ୍ଦ ରଖିବା ନିଷ୍ପତ୍ତି ପରେ ସବୁ ଦୋକାନକୁ ସିଲ୍‌ କରାଯାଇଛି । ମାତ୍ର ଦୋକାନ ସିଲ୍‌ ପରେ ବି ଚୋରା ବିଦେଶୀ ମଦ ବେପାର କମୁନି । ଏହି କ୍ରମରେ ବିଡ଼ାନାସୀ ଥାନା ପୋଲିସ ଜଣେ ଓ ମାଲଗୋଦାମ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବିଡ଼ାନାସୀର ବାବୁ ଓରଫ ମାନସ ବିଶ୍ୱାଳ(୩୪) ଓ ଯୋବ୍ରାର ଶ୍ରନମ କୁମାର ସାହୁ ।

ଗତକାଲି ବିଡ଼ାନାସୀ ଥାନା ପୋଲିସକୁ ସୂଚନା ମିଳିଲା କି ସାରଥୀ ଗ୍ୟାସ୍‌ ଡିପୋ ପାଖରେ ଜଣେ ଯୁବକ ବିଦେଶୀ ମଦ ବିକ୍ରି କରୁଛି । ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ଉ କରି ଜଣେ ଯୁବକଙ୍କୁ ଧରିବାରେ ସଫଳ ହେଲା । ଉକ୍ତ ଯୁବକଙ୍କଠାରୁ ୭ଟି ଦାମୀ ମଦ ବୋତଲ ଜବତ କରାଯାଇଛି । ସେହିପରି ମାଲଗୋଦାମ ଥାନା ପୋଲିସ ଖବର ପାଇ ଯୋବ୍ରା ଅଂଚଳରେ ଚଢ଼ଉ କରି ଅଭିଯୁକ୍ତ ଶ୍ରନମ କୁମାରକୁ ଗିରଫ କରିବା ସହିତ ତା’ ନିକଟରୁ ୧୮ ବୋତଲ ଛୋଟ ବିଦେଶୀ ମଦ ଜବତ କରିଥିଲା । ତେବେ ଏହି ଦୁଇ ଘଟଣା ସ୍ପଷ୍ଟ କରିଛିଯେ, ବିଦେଶୀ ମଦ ଦୋକାନ ସିଲ୍‌ ହେବା ଚୋରା କାରବାର ଉପରେ କୌଣସି ପ୍ରଭାବ ପକାଇନି । ଦୋକାନ ସିଲ୍‌ ହେବାର ବହୁ ପୂର୍ବରୁ ହଜାର ହଜାର ମଦ ବୋତଲ ଦୋକାନରୁ କାଢି ନିଆଯାଇଛି ।

   Related Posts