ଚୋରାଚାଲାଣ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଜଣ ଗିରଫ

Published By : Prameya-News7 Bureau | May 14, 2020 IST

ସୁବର୍ଣ୍ଣପୁର ୧୪।୫: ଲକ୍ ଡାଉନର ସୁଯୋଗ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ବଢି ଚାଲିଛି ଦେଶୀ ମଦର ଚୋରା କାରବାର । ଦେଶୀ ମଦ ଚୋରାଚାଲାଣ ବେଳେ ୨ ଜଣ ଗିରଫ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବକାରୀ ବିଭାଗ ଦ୍ବାରା ବିପୁଳ ପରିମାଣର ଦେଶୀ ମଦ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଲକ୍ ଡାଉନର ସୁଯୋଗ ନେଇ ମଦ ମାଫିଆ ଜିଲ୍ଲାର ଅଭ୍ୟନ୍ତରୀଣ ଅଂଚଳରେ ବେଆଇନ ଭାବେ ଏହି ମଦ କାରବାର କରୁଥିବାବେଳେ ଅବକାରୀ ବିଭାଗ ଚଢାଉ କରି ଏସବୁ ଜବତ କରିଛି ।

{"id":269811,"sizeSlug":"large"}

ଉଲୁଣ୍ଡା ବ୍ଲକ୍ କୁଡାପଡା ଗ୍ରାମ୍ୟ ଜଙ୍ଗଲରେ ୧୦ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହ ୫୦ ଲିଟର ଦେଶୀ ମଦ ଜବତ କରିଛି । ସେହିଭଳି ବ୍ରାହ୍ମଣୀପାଲି ରାସ୍ତାରେ ପାଟ୍ରୋଲିଂ ସମୟରେ ମଦ ନେଇଯାଉଥିବା ଏକ ବାଇକରୁ ୨୦ ଲିଟର ଏବଂ ସେହି ଗାଁ ମୁଣ୍ଡରେ ଜଣେ ବ୍ୟକ୍ତିଙ୍କ ଘରୁ ୮୦ ଲିଟର ମଦ ଜବତ କରିଛି । ଏହାସହ ବ୍ୟବହୃତ ବାଇକକୁ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.