ମଦ ପିଇବାକୁ ସ୍ତ୍ରୀକୁ ମାଗିଲା ଟଙ୍କା, ବଡ ଭାଇ ବିରୋଧ କରିବାରୁ ତାକୁ ପିଟି ମାରିଦେଲା ସାନ

Published By : Prameya-News7 Bureau | April 17, 2020 IST

ଦେବଗଡ଼୧୭/୪: ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରେ ସାନ ଭାଇର ଠେଙ୍ଗାମାଡରେ ବଡଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ରବିବାର ୧୨ ତାରିଖ ଦିନ ପାଣିଭଣ୍ଡାର ଗ୍ରାମର ପବିତ୍ର ଶବରଙ୍କ ସାନ ପୁଅ ରୋହିତ ଶବର ମଦ ପିଇବା ପାଇଁ ନିଜ ସ୍ତ୍ରୀ କୁ ଟଙ୍କା ମାଗିବା ସହ ମାରପିଟ କରୁଥିଲା। ବାପା ପବିତ୍ର ମନାକରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

ବଡଭାଇ ସମ୍ବାରୁ ଶବର ଏନେଇ ସାନ ଭାଇକୁ ମନା କରିବାରୁ ରୋହିତ ତାଙ୍କୁ ଠେଙ୍ଗାରେ ପିଟି ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ବଡଭାଇ ସମ୍ବାରୁ ଶବରକୁ ଘରେ ଚିକିତ୍ସା କରାଯାଇଥିବା ବେଳେ ସୋମବାର ସକାଳୁ ତାଙ୍କ ର ମୃତ୍ୟୁ ହୋଇଯାଇଥିଲା। ବଡଭାଇର ମୃତ୍ୟୁ ଖବର ଶୁଣି ଅଭିଯୁକ୍ତ ସାନଭାଇ ରୋହିତ ଶବର ଫେରାର ହୋଇଯାଇଥିଲା।

ସେପଟେ ବାପା ପବିତ୍ର ଓ ମାଆ ଶକୁନ୍ତଳା ସମ୍ବାରୁଙ୍କ ଶବକୁ ନିକଟସ୍ଥ ଲହଡିତଲ ଜଙ୍ଗଲରେ ନେଇ ପୋତି ଦେଇଥିଲେ। ଏନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ଘଟଣା ପଦାକୁ ଆସିବା ପରେ ପାଞ୍ଚ ଦିନ ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରି ଏକ ମାମଲା ରୁଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.