Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୭୨ ବର୍ଷର ପୁରୁଣା ମଦ କିଣିବା ପାଇଁ ଗଣ୍ଡଗୋଳ, ଶେଷରେ ୩୯ ଲକ୍ଷ ଟଙ୍କାରେ ହେଲା ନିଲାମ

30/01/2021 at 11:34 AM

ନୂଆଦିଲ୍ଲୀ,୩୦/୦୧: ବିଶ୍ୱର ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦାମୀ ମଦ ପ୍ରତି ରୁଚି ରଖିଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ଗୋଟିଏ ବୋତଲ ମଦ କିଣିବା ପାଇଁ ୩୯ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ହଙ୍ଗକଙ୍ଗରେ ଏକ ମଦ ବୋତଲକୁ ନିଲାମୀ ବେଳେ ଏହାକୁ ୩୯ ଲକ୍ଷରେ ବିକ୍ରି କରାଯାଇଛି ।

ମଦ ବୋତଲରେ ଏମିତ କଣ ଥିବାରୁ ଏହାର ଦାମ୍ ଏତେ ଅଧିକା ବୋଲି ପ୍ରଶ୍ନ ଆସିଥାଏ । ଏଠାରେ କହି ରଖୁଛୁ ଯେ, ଏହି ମଦ ୭୨ ବର୍ଷ ପୁରୁଣା । ତେଣୁ ଏତେ ତାମରେ ବିକ୍ରି ହୋଇଛି । ଏହା ପ୍ରଥମ ଥର ୧୯୪୮ରେ ପ୍ରସ୍ତୁତ ଗ୍ଲେନ୍ ଗ୍ରାଣ୍ଟ୍ ହ୍ୱିସ୍କିର ଏକ ବୋତଲ । ଏହାକୁ ସ୍ୱତନ୍ତ୍ର ଭାବେ ବଟଲର୍ ଗାର୍ଡେନ ଓ ମ୍ୟାକଫେଲ୍ ଦ୍ୱାରା ନିଲାମ ପାଇଁ ରଖାଯାଇଥିଲା । ଏହାର ନିଲାମ ବେଳେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା ।

ସ୍କଟଲ୍ୟାଣ୍ଡର ଗ୍ଲେନ୍ ଗ୍ରାଣ୍ଟ୍ ସିଙ୍ଗିଲ ମାଲ୍ଟ ହ୍ୱିସ୍କିର ୭୨ ବର୍ଷର ପୁରୁଣା ବୋତଲକୁ ୫୪୦୦୦ ହଙ୍ଗକଙ୍ଗ ଡଲାରରେ ନିଲାମ କରାଯାଇଛି । ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୩୯ ଲକ୍ଷ ଟଙ୍କା ।

କରୋନା ମହାମାରୀ ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲେ ବି ଦୁର୍ଲଭ ହ୍ୱିସ୍କି ପ୍ରତି ଲୋକଙ୍କ ରୁଚି ରହିଛି । ମଦ ଓ ହ୍ୱିସ୍କି ବିଶେଷଜ୍ଞ କ୍ରିଷ୍ଟୋଫର ପୋଙ୍ଗ୍ କହିଛନ୍ତି ଯେ, ଅନ୍ୟ ଦ୍ରବ୍ୟ ତୁଳନାରେ ପୁରୁଣା ହ୍ୱିସ୍କିର ଦାମ୍ ଗତ ୧୦ ବର୍ଷରେ ୪ ଗୁଣା ବଢିଛି ।  

   Related Posts