ଲକଡାଉନ୍‌ରେ ମିଳିଲା ନାହିଁ ଲିକର୍: ନିଶାଖୋର୍ ଯୁବକ ହାରି ଦେଲେ ଜୀବନ

Published By : Prameya-News7 Bureau | March 27, 2020 IST

କେରଳ୨୭/୩: ଲକଡାଉନ୍ ସମୟରେ ମଦ ମିଳିବାରୁ ଆତ୍ମହତ୍ୟା କଲେ ଯୁବକ। ଲକଡାଉନ୍‌ ଯୋଗୁଁ ସାରା ଦେଶରେ ଚଳାଚଳ ଠପ୍‌ ହୋଇଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ସବୁ ଦୋକାନ,ବଜାର ବନ୍ଦ ରହିଛି।  କିନ୍ତୁ ଲକଡାଉନ୍ ସମୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଚିନ୍ତାଜନକ। ମଦ ନ ମିଳିବାରୁ ଜଣେ ୩୮ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଛନ୍ତି। କେରଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ତେବେ କେରଳର ଥ୍ରିସୁରର ବାସିନ୍ଦା ମନୋଜ ମଦ ନ ମିଳିବାରୁ ଆତ୍ମହତ୍ୟା କରିଛନ୍ତି। ମୃତ ମନୋଜଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ସାଧାରଣତଃ ଅନ୍ୟ ଦିନରେ ଦିନକୁ ୪ରୁ୫ ଥର ମନୋଜ ମଦ ପିଅନ୍ତି। ଲକଡାଉନ୍ ପରଠାରୁ ଅର୍ଥାତ ୩ ଦିନ ହେବ ମନୋଜ ମଦ ନ ପାଇ ହତାଶ ହୋଇଯାଇଥିଲେ। ଶେଷରେ ମଦ ପାଇଁ ଜୀବନ ହାରି ଦେଇଥିଲେ ମନୋଜ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ମନୋଜ। ଶବ ଉଦ୍ଧାର ପରେ ପୋଲିସ୍‌ ଏହାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ମୃତ ମନୋଜଙ୍କ ପରିବାର ଲୋକ ଏବଂ ପୋଲିସ୍‌ ସମାନ କହିଛନ୍ତି। ମଦ ନ ମିଳିବାରୁ ସେ ଆତ୍ମହତ୍ୟା କରିଛନ୍ତି। ସାରା ବିଶ୍ବରେ କରୋନା ଆତଙ୍କ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୧ ଦିନ ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବିନା କାରଣରେ କେହି ବାହାରକୁ ବାହାରନ୍ତୁ ନାହିଁ। କରୋନ ସହ ମୁକାବିଲା କରିବା ପାଇଁ ବହୁ ସହୃଦୟ ବ୍ୟକ୍ତି କରୋନା ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.