ଭଦ୍ରକରେ ମଦ ମୃତ୍ୟୁ ! ଅଚେତ୍ ଅବସ୍ଥାରେ ଉଦ୍ଧାର ବ୍ୟକ୍ତିଙ୍କ ମୃତ୍ୟୁପରେ ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | May 26, 2020 IST

ଭଦ୍ରକ ୨୬।୫: ଦେଶୀ ମଦ ପିଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ସାନଗୋପାଳ ସାହିର ଭଗବାନ ବେହେରା ।

{"id":276091,"sizeSlug":"large"}

ଅଭିଯୋଗ ଅନୁଯାୟୀ, ଭଗବାନ ଗତକାଲି ରାତିରେ ଗାଁ ନିକଟରୁ ଚୋରା ମଦ ବେପାରୀଠାରୁ ଦେଶୀ ମଦ ପିଇଥିଲେ । ପରେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେହି ସ୍ଥାନରେ ସେ ଅଚେତ୍ ହୋଇପଡିଥିଲେ । ପରିବାରଲୋକ ବହୁ ଖୋଜାଖୋଜି ପରେ ମଦ ବ୍ୟବସାୟ ସ୍ଥାନରେ ପହଞ୍ଚିଥିଲେ । ସେଠାରେ ଭଗବାନଙ୍କ ଅବସ୍ଥା ଗୁରୁତର ହୋଇଥିବା ଦେଖି ପରିବାର ଲୋକ ପ୍ରଥମେ ସାବରଙ୍ଗ ମେଡିକାଲକୁ ନେଇଥିଲେ । ପରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

{"id":276092,"sizeSlug":"large"}

ବିଳମ୍ବିତ ରାତିରେ ମେଡିକାଲରେ ଡାକ୍ତର ଭଗବାନଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗ୍ରାମାଞ୍ଚଳ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗ୍ରାମଞ୍ଚଳ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ତରଫରୁ ମଦ ମୃତ୍ୟୁ ଅଭିଯୋଗରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.