ମଦ ମୃତ୍ୟୁ ଅଭିଯୋଗ : ସାଙ୍ଗଙ୍କ ସହ ବସି ମଦ ପିଉଥିଲେ, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

Published By : Prameya-News7 Bureau | April 08, 2021 IST

ଭଦ୍ରକ ୮।୪: ଠିପି ବନ୍ଦ ମଦ ଦୋକାନ ନିକଟରେ ସାଙ୍ଗଙ୍କ ସହ ମଦ ପିଉଥିଲେ । ପରେ ଘରକୁ ଫୋନ୍ ଆସିଲା ବାପାଙ୍କ ଅବସ୍ଥା ସଙ୍ଗୀନ । ଘରଲୋକେ ମଦ ଦୋକାନ ନିକଟରେ ପହଞ୍ଚି ମେଡିକାଲକୁ ନେଲେ । ମେଡିକାଲରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଏବେ ପରିବାର ଓ ପଡୋଶୀ କହୁଛନ୍ତି ଯେ, ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ହାସିନପୁର ଗାଁରୁ ।

ସୂଚନାଯୋଗ୍ୟ ଯେ, ଗାଁର ଅଭିମନ୍ୟୁ ରାଉତ ନିଜ ସାଙ୍ଗଙ୍କ ସହ ଗଣିଜାଙ୍ଗଠାରେ ଥିବା ଠିପି ବନ୍ଦ ମଦ ଦୋକାନ ନିକଟକୁ ଯାଇ ମଦ ପିଇଥିବା ସୂଚନା ମିଳିଛି ।  ପରେ ଅଭିମନ୍ୟୁଙ୍କ ପୁଅଙ୍କୁ ଫୋନ୍ ଯୋଗେ କେହି ଜଣାଇଥିଲେ ଯେ ଅଭିମନ୍ୟୁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି ।  ପରିବାର ଲୋକେ ଅଭିମନ୍ୟୁଙ୍କୁ ମେଡିକାଲ ନେଇ ଥିଲେ।  ସେଠାରେ ଅଭିମନ୍ୟୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବିଷାକ୍ତ ମଦ ପିଇ ବାପାଙ୍କର ମୃତ୍ୟୁ ହୋଇଥିବା ଅଭିମନ୍ୟୁଙ୍କ ପୁଅ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ମଦ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗାଁରେ ଉତ୍ତେଜନା ଲାଗିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.