ବିଷାକ୍ତ ମଦ ପିଇ ୧୦ ମୃତ, ୨୪ରୁ ଅଧିକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | January 12, 2021 IST

ପୁଣେ,୧୨/୦୧:  ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଏକ ବଡ ଅଘଟଣ ଘଟିଛି । ବିଷାକ୍ତ ମଦ ପିଇ ଏଠାରେ ୧୦ ଜଣ ପ୍ରାଣ ହରାଇଛନ୍ତି । ଏହାସହ ୨୫ରୁ ଅଧିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଏହାସହ ପୋଲିସ ଓ ପ୍ରଶାସନ ଆଖିରୁ ମଧ୍ୟ ନିଦ ହଜିଯାଇଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଁଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଯାଇଛି ।

ସୁଚନା ଅନୁସାରେ, ଏହି ଘଟଣା ମୁନୈର ଜିଲ୍ଲାର ମାନପୁର ଓ ପହଁବାଲୀ ଗ୍ରାମରେ ଘଟିଛି । କୁହାଯାଉଛି ଯେ, ମାନପୁର ଗ୍ରାମରେ ବିଷାକ୍ତ ମଦ ପିଇ ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ପହବାଲୀରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି ।

ମଧ୍ୟପ୍ରଦେଶରେ ବିଷାକ୍ତ ମଦମୃତ୍ୟୁ ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଗତ ବର୍ଷ ଲକଡାଉନ୍ ବେଳେ ମଦ ପିଇ ୮ଜଣ ପ୍ରାଣ ହରାଇଥିଲେ । ଜିଲ୍ଲାର ଏସପି ଗୌରବ ତିଓ୍ୱାରୀଙ୍କ କହିବାନୁସାରେ, ମଦ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ଫଳରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଦ ପିଇବା ପରେ ପ୍ରଥମେ ବାନ୍ତି ହୋଇଥିଲା । ପରେ ସେମାନେ ଚେତାଶୂନ୍ୟ ହୋଇ ପଡିଥିଲେ ।

ଗ୍ରାମରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଁଚି ତନାଘନା ଆରମ୍ଭ କରିଛନ୍ତି । ଏହାସହ ଏହି ପ୍ରସଙ୍ଗରେ ଗ୍ରାମର ମୁରବିଙ୍କ ସହ ଅଧିକାରୀମାନେ ଆଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.