Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଲକଡାଉନ୍‌ରେ ମଦମାଫିଆଙ୍କ ରାଜ୍, ଚଳାଇଛନ୍ତି ବେଧଡକ ବେପାର

3/06/2021 at 7:32 AM

କରଞ୍ଜିଆ, ୦୩|୦୬ :  ଲକଡାଉନ ଓ ସଟଡାଉନରେ ଚାଲିଛି ମଦ ମାଫିଆଙ୍କ ରାଜ। କାରବାର ବଢ଼ିବା ସହିତ ବଢୁଛି ମଦ ମାଫିଆଙ୍କ ପ୍ରାଦୁର୍ଭାବ। ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଚାଲିଛି ବେଧଡକ ମଦ ବେପାର।

ସୂଚନା ଅନୁସାରେ, ପଡୋଶୀ ଝାଡଖଣ୍ଡ ରାଜ୍ୟ ମଝିଗାଁ ଥାନା ଅଞ୍ଚଳର ଦୁଇ ଯୁବକ ବାଇକରେ ବିଦେଶୀମଦ ନେଇ ଓଡିଶାରେ ବିକ୍ରି ପାଇଁ ଆସିଥିଲେ। ରରୁଆଁ ପୋଲିସ ପେଟ୍ରୋଲିଂ ସମୟରେ ଦୁଇ ଯୁବକଙ୍କୁ ଧରିଥିଲା। ପୋଲିସ ସେମାନଙ୍କ ନିକଟରୁ ୧୮ ଲିଟର ବିଦେଶୀମଦ ସହିତ ଗୋଟିଏ ଵାଇକ ଜବତ କରିଛି।

ଦୁଇ ଯୁବକଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଦୁଇ ଅଭିଯୁକ୍ତ ହେଲେ ବିକାଶ ବାରିକ ଓ ଆକାଶ ପ୍ରଧାନ। ତେବେ ଓଡ଼ିଶା ଓ ଝାଡଖଣ୍ଡ ସୀମାରେ ଚେକିଂ କଡ଼ାକଡ଼ି ଚାଲୁ ରହିଥିବା ବେଳେ ଗିରଫ ଅଭିଯୁକ୍ତମାନେ ପୋଡ଼ଶୀ ଝାଡଖଣ୍ଡ ରାଜ୍ୟରୁ ଗଳା ବାଟ ଦେଇ ଓଡ଼ିଶା ଆସିଛନ୍ତି ବୋଲି ରରୁଆଁ ଥାନା ପୋଲିସ କହିଛି।

   Related Posts