ମଦ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ : ମଦ ସହ ଛଡାଇନେଲେ ଦୁଇ ଅଭିଯୁକ୍ତଙ୍କୁ, ୭ ଅବକାରୀ କର୍ମଚାରୀ ଆହତ

Published By : Prameya-News7 Bureau | October 12, 2020 IST

ଭଦ୍ରକ ୧୨।୧୦: ବାରମ୍ବାର ଚଢ଼ାଉରେ ଅତିଷ୍ଠ ହୋଇ ମଦ ମାଫିଆଙ୍କ ଦୌରାତ୍ମ୍ୟ । ଗାଁରେ ଚଢ଼ାଉ ବେଳେ ଜବତ ମଦ ସହ ନେଇଗଲେ ଦୁଇ ଜଣ ଆସାମୀଙ୍କୁ । ପରେ ସଙ୍ଗବଦ୍ଧ ଆକ୍ରମଣରେ ଅବକାରୀ ଇନ୍ସପେକ୍ଟରଙ୍କ ସହ ୭ କର୍ମଚାରୀ ଆହତ ହୋଇଛନ୍ତି ।

{"id":343071,"sizeSlug":"large"}

ସୂଚନା ଅନୁଯାୟୀ  ପୁରୁଣାବଜାର ଥାନା ଅଧିନସ୍ଥ ମିର୍ଜାପୁର ଗାଁରେ ବ୍ୟାପକ ଚୋରା ମଦ ତିଆରି ଓ ବିକ୍ରି ହୋଇଥାଏ । ଅବକାରୀ ବିଭାଗ ମଧ୍ୟ ବାରମ୍ବାର ଚଢ଼ାଉ କରୁଛି । ଅବକାରୀ ବିଭାଗ କର୍ମଚାରୀମାନେ ଗାଁରେ ଚଢ଼ାଉ କରି ମଦ ଜବତ କରିବା ସହ  ୨ ଜଣ ବେପାରୀଙ୍କୁ ଧରିଥିଲେ ।  ପରେ ଅନ୍ୟ ମଦ ମାଫିଆମାନେ ଏକାଠି ହୋଇ ଅବକାରୀ ଟିମ୍ ଉପରେ ଆକ୍ରମଣ କରିବା ସହ ମଦ ଓ ଆସାମୀଙ୍କୁ ଛଡ଼ାଇ ନେଇଥିଲେ । ପରେ ଢେଲା ପଥର ମାଡ଼ କରିବା ସହ ଅବକାରୀ କର୍ମଚାରୀଙ୍କୁ ଛାଡି ନଥିଲେ । ପୁରୁଣାବଜାର ପୋଲିସ ଯାଇ ସେମାନଙ୍କୁ ଉଦ୍ଧାର କରିଛି । ଅବକାରୀ ଇନ୍ସପେକ୍ଟରଙ୍କ ସହ ଅନ୍ୟ ୭ କର୍ମଚାରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.