ଜଙ୍ଗଲରେ ଚାଲିଥିଲା ମଦ କାରଖାନା, ଚଢଉ କରି ପର୍ଦ୍ଦାଫାସ କଲା ପୋଲିସ

Published By : Prameya-News7 Bureau | December 02, 2021 IST

ମୋରଡା, ୦୨/୧୨: ମୟୂରଭଞ୍ଜ ଶୁଳିଆପଦା ଥାନା ଅନ୍ତର୍ଗତ ଢେଙ୍କିନେଜିଆ ଜଙ୍ଗଲରୁ ବୁଧବାର ନକଲି ଦେଶୀ ମଦ କାରଖାନା ଠାବ କରିଥିଲା ପୋଲିସ । ତେବେ ଗୁରୁବାର ପୁଣି ସକାଳୁ ପୋଲିସ ଆଉ ଏକ ମଦ କାରଖାନା ଠାବ କରିଛି ।

ବିଶେଷ ସୂତ୍ରରୁ ଖବର ପାଇ ଶୁଳିଆପଦା ଓଆଇସି ମିନୁ ଭୋଇ ସଦଳବଳେ ଜଙ୍ଗଲ ଭିତରେ ଚଢଉ କରିଥିଲେ ।  ଏହାସହ ଏକ ନକଲି ଦେଶୀ ମଦ କାରଖାନା ଠାବ କରିଥିଲେ । ଘଟଣା ସ୍ଥଳରୁ ୯୦ ଲିଟର ନକଲି ଦେଶୀ ମଦ ସହିତ ବିପୁଳ ମାତ୍ରାରେ  ମହୁଲ ଜବତ କରାଯାଇଛି । ତେବେ ମଦ ତିଆରି ପାଇଁ ମହଜୁଦ ସାମଗ୍ରୀକୁ ଜାଳି ପୋଡି ନଷ୍ଟ କରିଦେଇଛି ପୋଲିସ । ତେବେ ନଷ୍ଟ କରାଯାଇଥିବା ମଦ ଓ ମହୁଲର ଦାମ ଏକ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ, ଘଟଣା ସ୍ଥଳରୁ ଚୋରା ଦେଶୀ ମଦ ବେପାର କରୁଥିବା ବ୍ୟକ୍ତି ମାନେ ଦୌଡି ପଳାଇବାରେ ସଫଳ ହୋଇଥିଲେ ।  ଶୁଳିଆପଦା ପୋଲିସର ତତ୍ପରତା ଓ ଅଚାନକ ଚଢ଼ଉ ଫଳରେ ଚୋରା ବେପାରୀ ମାନେ ଭୟଭୀତ ହୋଇପଡିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.