Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କଟକରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ , ଜଣେ ଗିରଫ

27/10/2020 at 8:16 AM

କଟକ ୨୭।୧୦: ଚାରିଆଡେ ପାର୍ବଣର ପରିବେଶ ରହିଛି । ଆଜି ମା ଜଗତଜନନୀଙ୍କ ଭସାଣୀ ଉତ୍ସବ । ଏହାପୂର୍ବରୁ ଟ୍ୱିନ୍‌ ସିଟିରେ ଅପରାଧୀକ ମାମଲାକୁ ଦୃଷ୍ଟିରୁ ରଖି ଅନେକ ପଦକ୍ଷେପ ନିଆଯାଉଛି। ତେବେ ଭସାଣୀ ଉତ୍ସବ ଥିବାରୁ ଚୋରା ମଦ କାରବାର ଚାଲିବା ଆଶଙ୍କାରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଛି ।

କଟକରେ ବେଆଇନ୍ ମଦ ଚାଲାଣ ଓ ବିକ୍ରି ରୋକ୍ ଲଗାଇବା ପାଇଁ କମିଶନରେଟ୍‌ ପୁଲିସ୍‌ ଏବେ ଆକ୍ସନ୍ ମୋଡକୁ ଆସିଛି । କଟକ ସଦର ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ବେଆଇନ ମଦ କାରବାର ଆଡ୍ଡା ଉପରେ ଚଢଉ କରାଯାଇଥିଲା ସେଠାରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ବେଆଇନ୍ କାରବାରରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରିଛି ପୋଲିସ।

ମଙ୍ଗଳବାର ମା’ଙ୍କ ଭସାଣ ଉତ୍ସବ ଥିବାରୁ କଟକରେ ଚାଲିଥିଲା ବେଆଇନ୍ ମଦ ବିକ୍ରି। ବେଆଇନ୍ ମଦ କାରବାର ଓ ବିକ୍ରି କରିବା ସୂଚନା ମିଳିବା ପରେ ସଦର ପୋଲିସ୍ ଚଢ଼ଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛ। ସେମାନଙ୍କଠାରୁ ବିଭିନ୍ନ ବ୍ରାଣ୍ଡର ୧୦୦ଟି ବିଦେଶୀ ବୋତଲ ମଦ ସହ ମୋବାଇଲ୍‌ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

   Related Posts