ସାଲିଆସାହିରୁ ୫ଶହ ଲିଟର ମଦ ଜବତ,୧୩ ଗିରଫ
19/01/2021 at 10:15 AM

ଭୁବନେଶ୍ୱର ୧୯।୦୧: ରାଜଧାନୀରୁ ବିପୁଳ ପରିମାଣର ମଦ ଜବତ। ଭୁବନେଶ୍ୱର ସାଲିଆସାହିରୁ ପ୍ରାୟ ୫ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଅନେକ ପରିମାଣର ପୋଚ ଜବତ ହେବା ସହ ୧୩ଜଣଙ୍କୁ ଗିରଫ କରାଯାଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହି ବସ୍ତିରେ ଚୋରା ମଦ କାରବାର ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ବିଭାଗ ସାଲିଆସାହିରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ୫ଶହ ଲିଟର ଦେଶୀ ମଦ ଏବଂ ପୋଚ ମିଳିଛି । ଚୋରା ମଦ କାରବାରରେ ସଂପୃକ୍ତି ଥିବା ନେଇ ୧୩ଜଣଙ୍କୁ ଗିରଫ କରାଯାଇଛି ।
Related Posts
ଦାଦନ ଖଟିବାକୁ ଯାଇଥିଲେ ୨ ଶ୍ରମିକ, ଘରକୁ ଫେରିଲା ମୃତଦେହ…
28 February 2021
ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
28 February 2021