ନମ୍ବର ବିହୀନ କାର୍‌ରେ ଚାଲିଥିଲା ଚୋରା କାରବାର, ଗାଡ଼ି ୨୫ ପେଟି ମଦ ଜବତ କଲା ଅବକାରୀ ବିଭାଗ

Published By : Prameya-News7 Bureau | December 07, 2021 IST

ଭଦ୍ରକ ୦୭।୧୨: ନମ୍ବର ବିହୀନ କାର୍‌ରୁ ମଦ ଜବତ । ୨୫ ପେଟି ଦେଶୀ ମଦ ପେଟି ଜବତ ସହ ୪ଜଣଙ୍କୁ  ଗିରଫ କରିଛି ଅବକାରୀ ବିଭାଗ । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।  ଏନେଇ ଧାମନଗର ଅବକାରୀ ଥାନା  ମାମଲା ରୁଜୁ ହୋଇଛି ।

ଖବର ଅନୁଯାୟୀ, ମଦ କାରବାର ବଢୁଥିବା ନେଇ ଅବକାରୀ ବିଭାଗ ପାଖରେ ସୂଚନା ରହିଥିଲେ । ଏନେଇ ଭଦ୍ରକ ଜିଲ୍ଲା ଅବକାରୀ  ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠିତ ହୋଇଥିଲା । ଧୁଷୁରୀ ଥାନା  ଗୁଡିପୋଖରୀ ଗାଁକୁ ଆସୁଥିବା ଏକ ନମ୍ବର ବିହୀନ ଗାଡ଼ି ଜବତ କରିଥିଲା ପୋଲିସ । ଗାଡ଼ିରୁ ଯାଞ୍ଚ ପରେ ୨୫ ପେଟି ଦେଶୀ ମଦ ଜବତ ହୋଇଛି । ଏହି ଚୋରା ମଦ କରାବାରରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଧୁଷୁରୀ ଥାନା ଗୁଡିପୋଖରୀ ଗାଁର ନରେନ୍ଦ୍ର ବେହେରା, ପୁରୁଣାବଜରା ଥାନା ମିର୍ଜାପୁର ଗାଁର ବାବୁଲି ସାମଲ, ତିହିଡି ଥାନା ତିହିଡା ଗାଁର ରାଜକିଶୋର ପୁହାଣ, ଗ୍ରାମାଞ୍ଚଳର ଥାନା କଳଙ୍ଗା ଗାଁର ରିଣ୍ଟୁ ଜେନା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.