Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଆମ୍ବୁଲାନ୍ସରୁ ବାହାରିଲା ୧୫୦ ଲିଟର ଦେଶୀ ମଦ, ଚାଲିଥିଲା ଚୋରା ଚାଲାଣ

23/05/2021 at 1:27 PM

ଖୋର୍ଦ୍ଧା, ୨୩।୦୫: ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଆମ୍ବୁଲାନ୍ସର ଚାହିଦା ବଢିଛି। ଆମ୍ବୁଲାନ୍ସରେ ରୋଗୀ, ଅକ୍ସଜେନ ସବୁ ବୁହାହେଉଛି। କେହି ବି ରାସ୍ତରେ ଅଟକାଇଲେ ତାହା ଅପରାଧ । ଏହାର ସୁଯୋଗ ନେଇଛନ୍ତି ଚୋର ମଦ ବ୍ୟବସାୟୀ। ଆମ୍ବୁଲାନ୍ସରେ ମଦର ଚାଲିଛି ଚୋରା ଚାଲାଣ ।

ସୂଚନାନୁସାରେ, ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି । ଏହି ସମୟରେ ମଦ ଦୋକାନ ବନ୍ଦ ରହିଛି । କେବଳ କିଛି ସ୍ଥାନରେ ଅନଲାଇନରେ ମଦ ଡେଲିଭରୀ ହେଉଛି । ଦାମ୍ ମଧ୍ୟ ଅଧିକ ପଡୁଛି । ଏହି ସୁଯୋଗରେ କିଛି ଅସାଧୁ ମଦର ଚୋରାଚାଲାଣ ଆରମ୍ଭ କରିଦେଇଛନ୍ତି । ମଦ ଚୋରାଚାଲଣ ବେଳେ ଧରିଛି ପୋଲିସ ।  ଆମ୍ବୁଲାନ୍ସରେ ଦେଶୀ ମଦ ନେଇ ଗଲାବେଳେ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଆଦର୍ଶ  ଥାନା ପୋଲିସ ହଳଦିଆ ହାଟଛକ ଠାରେ ଅଟକାଇଥିଲେ। ତଦନ୍ତ ବେଳେ ଆମ୍ବୁଲାନ୍ସ ଭିତରେ ପ୍ରାୟ ୧୫୦ ଲିଟର ଦେଶୀ ମଦ ଚାଲାଣ ହେଉଥିବା ଜଣାପଡିଥିଲା ।

ପୋଲିସ ମଦ ବୋଝେଇ ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭର ସରୋଜ ତ୍ରିପାଠୀକୁ ଗିରଫ  କରିଛି। ତଦନ୍ତ ସମୟରେ ଜଣାପଡ଼ିଛି ଯେ ଆମ୍ବୁଲାନ୍ସ ଟି ଆଠଗଡ଼ ଡ଼ାକ୍ତରଖାନାରେ କାର୍ଯ୍ୟ କରୁଥିଲା।

   Related Posts