Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିପୁଳ ପରିମାଣର ଦେଶୀ ମଦ ଜବତ, ମାଫିଆଙ୍କୁ ଖୋଜୁଛି ପୋଲିସ

5/10/2021 at 9:40 AM

ଜଟଣୀ ୦୫/୧୦:  ବିପୁଳ ପରିମାଣର ଦେଶୀ ମଦ ଜବତ । ନଷ୍ଟ କରାଗଲା ବିପୁଳ ପରିମାଣର ପୋଚ୍ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୋଲିସ ଏହି ସବୁ ମଦକୁ ଜବତ କରିଛି ।

ସୂଚନାନୁସାରେ,   ଜଟଣୀ ପୋଲିସ ବିଶେଷ ସୂତ୍ରରୁ ଦେଶୀ ମଦ କାରବାର ନେଇ ଖବର ପାଇଥିଲା । ଏହାପରେ  ବୁଡାପଡା ଛକ ଠାରେ ଚଡଉ କରି ଚାଳିଶ ପେଟି ଆସ୍କା ୪୦, କୋଡିଏ ଲିଟର ଦେଶୀମଦ ସହ ପୋଚ ଜବତ କରିଥଲା I ପୋଚକୁ ନଷ୍ଟ କରି ଚାଳିଶ ପେଟି ଆସ୍କା ୪୦ ସହ ଦେଶୀମଦକୁ ଥାନାକୁ ନେଇଥିଲା ପୋଲିସ I

 ଏନେଇ ଜଟଣୀ ଥାନା ୫୧୦/୨୧ରେ ଏକ ମାମଲା ରୁଜୁ କରି ମଦ ମାଫିଆଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଜଟଣୀ ଆଇଆଇସି ବିଶ୍ଵରଞ୍ଜନ ସାହୁ କହିଛନ୍ତି ।

   Related Posts