Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଲକ୍‌ଡାଉନ୍‌ରେ ମିଳିବ ମଦ : ଖୋଲିବନାହିଁ ଦୋକାନ, କେବଳ ହୋମ୍‌ ଡେଲିଭରୀ

18/07/2020 at 10:43 AM

ଭୁବନେଶ୍ୱର ୧୮|୦୭: କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମୁନିସିପାଲଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ । ସରକାର କରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଏହାକୁ ଅଧିକ କଡାକଡି କରାଯିବ । କାରଣ କିଛି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ଟେଷ୍ଟି ବୃଦ୍ଧି ହେବ । ପଜିଟିଭ୍ ବାହାରିଲେ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଏହି ୧୪ ଦିନ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି ।

ତେବେ ଶୁକ୍ରବାର ରାତି ୯ଟା ଠାରୁ ଆରମ୍ବ ହୋଇ ଜୁଲାଇ ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଭୁବନେଶ୍ବର କଟକ ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକ୍‌ଡାଉନ୍‌ କଟକଣା ଜାରି ରହିବ । ଏନେଇ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସରକାର କିଛିଟା ପରିବର୍ତ୍ତନ କରିଛନ୍ତି । ଯାହାର ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଲକ୍‌ଡାଉନ୍ ସମୟରେ ସକାଳ ୬ରୁ ଦିନ ୧ଟ ପର୍ଯ୍ୟନ୍ତ କିଛିଟା ଅତ୍ୟବାଶକୀୟ ସାମଗ୍ରୀର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତ ପ୍ରକାର ମଦ ଦୋକାନକୁ ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଛି । ମଦ ଦୋକାନ ନ ଖୋଲି କେବଳ ହୋମ୍‌ ଡେଲିଭରି କରାବାକୁ ଅନୁମତି ଦେଇଛନ୍ତି ସରକାର । ଲକ୍‌ଡାଉନ୍‌ ସମୟରେ ବିଦେଶୀ ମଦ ଯଥା ଆଇଏମ୍‌ଏଫ୍‌ଏଲ୍‌, ଦେଶୀ ମଦ ଓ ମହୁଲ ଆଦି ମଦକୁ ଠିପି ଖୋଲା ଓ ଠିପି ବନ୍ଦ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ସେମାନେ ପୂର୍ବପରି ମଦର ହୋମ୍‌ ଡେଲିଭରି କରିପାରିବେ। ମଦ ହୋମଡେଲିଭରି କରିବା ସମୟରେ କୋଭିଡ ନିୟମ ମାନିବାକୁ ପଡିବ । ଯେପରି ଆଇନ ଉଲଂଘନ ନହେବ , ସେଥିପ୍ରତି ବିଦେଶ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୧୪ଦିନିଆ ଲକ୍‌ଡାଉନ୍‌ର‌ ଦିନମାନଙ୍କରେ କୌଣସି କାଉଣ୍ଟରରେ ମଦ ବିକ୍ରି ହେବ ନାହିଁ । କେବଳ ହୋମ୍‌ ଡେଲିଭରି କରାଯିବ ।

   Related Posts