Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ବେଆଇନ୍ ମଦ ବିକ୍ରିକୁ ମହିଳାଙ୍କ ବିରୋଧ, ରୋକ୍‌ଠୋକ୍‌ ଜଣାଇଦେଲେ ଆଗକୁ ଆନ୍ଦୋଳନ

8/08/2020 at 9:13 AM

ଚନ୍ଦାହାଣ୍ଡି୦୮।୦୮: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଦିନକୁ ଦିନ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ମଦ କାରବାର ବନ୍ଦ ପାଇଁ ବହୁବାର ଦାବି କରାଯାଉଛି। ଏପରିକି ବେଆଇନ ମଦ କାରବାର ବନ୍ଦ ସମ୍ପର୍କରେ ବହୁବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିଥିବାରୁ ବ୍ୟବସାୟୀ ମାନେ ବେଧଡକ ମଦ କାରବାର ଚଳାଉଛନ୍ତି । ଯାହାଦ୍ୱାରା ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ହୋଇ ପରିବାର ଭିତରେ ତିକ୍ତତା  ଲାଗିରହୁଛି। ଏହାସହିତ ଗାଁ ଗୁଡିକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଏଭଳି କିଛି ଅଭିଯୋଗ କରି ଆଜି ଚନ୍ଦାହାଣ୍ଡି ସଦର ପଞ୍ଚାୟତ ଜୁନାପାଣି ଗ୍ରାମର ସଖ୍ୟାଧିକ ମହିଳା ଏକ ଶୋଭାଯାତ୍ରାରେ ଆସି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଜୁନାପାଣି ଗ୍ରାମର ଭୀମସେନ ଡଙ୍ଗରୀ ଆଜକୁ ଦିର୍ଘ ଦିନଧରି ଚୋରା ମଦ ବ୍ୟବସାୟ ଚଳେଇ ଆସୁଥିବା ବେଳେ କରୋନା ମହାମାରୀ ସମୟରେ ଏହାର ମାତ୍ରା ବଢିଯାଇଛି। ଜୁନାପାଣି ଏକ ଆଦିବାସୀ ବହୁଳ ଗ୍ରାମ ହୋଇ ଥିବା ବେଳେ ଅଧିକାଂଶ ଲୋକ କୁଲି ମଜୁରୀ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ତେବେ ଏଠାରେ ଚୋରା ମଦଭାଟି ଖୋଲିବା ଦିନ ଠାରୁ ସମସ୍ତଙ୍କ ଜୀବନ ଜୀବିକା ଏକ ପ୍ରକାର ଉଜୁଡି ଯାଇଛି । ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ନିଜର ସମସ୍ତ ଉପାର୍ଜନକୁ ମଦ ପିଇବାରେ ଖର୍ଚ୍ଚ କରି ଦେଉଥିବା ବେଳେ ଗ୍ରାମର ଅଧିକାଂଶ ପରିବାର ସର୍ବଶାନ୍ତ ହୋଇ ପଡିଛନ୍ତି ।

ମଦ ଦୋକାନକୁ ବନ୍ଦ କରିବା ସହ ଅସାଧୁ ମଦ ବ୍ୟବସାୟୀଙ୍କୁ ଗିରଫ କରିବାକୁ ମହିଳା ମାନେ ଦାବି କରିଛନ୍ତି । ନଚେତ ଏକ ସପ୍ତାହ ମଧ୍ୟରେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ନମତି ମାଝୀ, ପ୍ରମିଳା ମାଝୀ, ହରାବତୀ ମାଝୀ, ଭାନୁମତି ମାଝୀ, ପୁଷ୍ପା ମାଝୀ, ଦୁର୍ମିଳା ମାଝୀ, ଲଛମତି ମାଝୀ, ସୁଷିଳା ମାଝୀ, ଚମ୍ପା ମାଝୀ, ଲାଲଦେଇ ମାଝୀ, ବିମଲେ ମାଝୀ, କମଳା ମାଝୀ, ରମା ମାଝୀ, ଭଜମଣି ମାଝୀ, କେଶରୀ ମାଝୀ, ନେପୁର ଦେଇ, ଡମନି ମାଝୀ, ରାଇମତି ମାଝୀ, ରତ୍ନା ମାଝୀ, ମୁଙ୍ଗେ ମାଝୀ, ଚମରେନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

   Related Posts