Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପୋଷା ବିଲେଇ ହୋଇଗଲା ପାଗଳ, ଗୋଡେଇ ଗୋଡେଇ କାମୁଡିଲା, ୮ ଜଣ ଡାକ୍ତରଖାନାରେ

6/07/2021 at 7:06 PM

ଦଲେଇପେଟା ୦୬।୦୭: ପାଗଳ ହୋଇଗଲା ପୋଷା ବିଲେଇ। ମଧ୍ୟ ରାତ୍ରିରେ ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡିଲା। ଆହତ ହୋଇ ୮ ଜଣ ଏବେ  ହସ୍ପିଟାଲରେ। ଏହି ଘଟଣା ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲା  କୋମର୍ଡା ମଣ୍ଡଳର ଦଲେଇପେଟା ଗାଁରେ ଘଟିଛି।

ସୂଚନା ଅନୁଯାୟୀ, ପାଗଳ ବିଲେଇ ଦଲେଇପେଟା ଗାଁରେ ଗୋଡେଇ ଗୋଡେଇ ଲୋକଙ୍କୁ ଆକ୍ରମଣ କରିଥିଲା। ଏଥିରେ ଆଠ ଜଣ ଆହତ ହୋଇଛନ୍ତି। ସାତ ଜଣ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଜଣେ ଚିନାମେରିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ପୋଲିସ ଘଟଣା ବିଷୟରେ ସୂଚନା ଦେଇଛି।

ଶନିବାର ଓ ରବିବାର ପ୍ରାୟ ଅଧରାତିରେ ଏହି ଘଟଣା ଘଟିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ଆହତ ସୁରକ୍ଷିତ ଅଛନ୍ତି। ହେଲେ ଏହି ଘଟଣା ପରେ ବିଲେଇର କୌଣସି ଖୋଜଖବର ନାହିଁ।  

ପୋଲିସ ଅନୁଯାୟୀ, ହୁଏତ ବିଲେଇଟି ଭୟରେ କିମ୍ବା ଜଙ୍ଗଲରେ କିଛି ନିଶା ଫଳ ଖାଇବା ପରେ ଲୋକଙ୍କୁ ଆକ୍ରମଣ କରିଥାଇପାରେ। ବିଲେଇ ଉପରେ ନଜର ରଖାଯାଇଛି ଏବଂ ଭବିଷ୍ୟତରେ ଯେମିତି ଏହି ପରି ଘଟଣା ନଘଟେ ସେଥିପାଇଁ ବନ ବିଭାଗକୁ ଅବଗତ କରାଯାଇଥିବା ଅଧିକାରୀ କହିଛନ୍ତି।

   Related Posts