ସହମତିରେ ସମ୍ପର୍କ ହେଲା ଅସହ୍ୟ: ଦୁଷ୍ମର୍ମ ଅଭିଯୋଗ କରିବାର ଧମକ ଦେଇ ବ୍ୟାଙ୍କ ମ୍ୟାନେଜରଙ୍କଠୁ ୧୬ ଲକ୍ଷ ଟଙ୍କା ଲୁଟିଲା ଚାକରାଣୀ

Published By : Prameya-News7 Bureau | October 23, 2020 IST

ଇନ୍ଦୋର ୨୩/୧୦: ଦେଶରେ ଯୌନ ଶୋଷଣ ଓ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି। ଏନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଛି। କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣାକୁ ପ୍ରସଙ୍ଗ କରି କିଛି ଲୋକ ଠକିବାକୁ ବି ପଛାଉ ନାହାନ୍ତି। ଦୁଷ୍ମର୍ମ ଅଭିଯୋଗ କରି ବ୍ଲାକ୍‌ମେଲ୍‌ କରୁଛନ୍ତି ଆଉ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଏକ ଠକାମୀରେ ଶିକାର ହୋଇଛନ୍ତି ଜଣେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ମ୍ୟାନେଜର । ବ୍ୟାଙ୍କ ମ୍ୟାନେଜରଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ଚାକରାଣୀ ଚୂନା ଳଗାଇଥିବା ଅଭିଯୋଗ ହୋଇଛି।

ଦିଲ୍ଳୀର ଏକ ବ୍ୟାଙ୍କରେ ମ୍ୟାନେଜର ଅଛନ୍ତି ନିଖିଲ ନାରାୟଣ ବିଶ୍ବଜିତ ମାଥୁର। ୨୦୧୪ରେ ଚେତକପୁର ଶାଖାରେ କାର୍ଯ୍ୟରତ ଥିଲେ ନିଖିଲ ନାରାୟଣ। ପଡ଼ୋଶୀ ଘରେ କାର୍ଯ୍ୟ କରୁଥିଲା ଚାକରାଣୀ ମାଳତୀ ବର୍ମା। ନିଖିଲ ଜଣେ ବ୍ୟାଙ୍କ ମ୍ୟାନେଜର ଜାଣିବା ପରେ ମାଳତୀ ତାଙ୍କ ଘରେ କାମ କରିବାକୁ ଲାଗିଲା। ନିଖିଲଙ୍କ ନିକଟତର ହେବାକୁ ନିଜକୁ ଅବିବାହିତା ବୋଲି କହିଥିଲା ମାଳତୀ। ଗାଜିୟାବାଦ ବାସିନ୍ଦା ନିଖିଲ ମଧ୍ୟ ଅବିବାହିତ ଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ଆକର୍ଷଣ ବୃଦ୍ଧି ପାଇଥିଲା। ଦୁଇ ଜଣଙ୍କ ସହମତିରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା ଓ ଏହି ସମୟର କିଛି ଫଟୋ ମାଳତୀ ପାଖରେ ଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ଯେ ମାଳତୀ ବିବାହିତା ଓ ତାଙ୍କର ଦୁଇ ପିଲା ଅଛନ୍ତି।

ଏ ସମ୍ପର୍କରେ ଜଣାପଡ଼ିବା ପରେ ନିଖିଲ ପୌରଶା ଶାଖାକୁ ବଦଳି ହୋଇ ପଳାଇଆସିଥିଲେ। କିନ୍ତୁ ମାଳତୀ ପିଛା ଛାଡ଼ିନଥିଲା । ଫଟୋ ଦେଖାଇ ନିଖିଲଙ୍କୁ ଟଙ୍କା ମାଗିଥିଲା ମାଳତୀ। ଏହାସହ ତୁମ(ନିଖିଲ) ପାଇଁ ସ୍ବାମୀ ଓ ପିଲାଙ୍କୁ ଛାଡ଼ିବାକୁ ପଡ଼ିଲା ବୋଲି କହିବା ସହ ଆତ୍ମହତ୍ୟା ଧମକ ଦେଉଥିଲା ମାଳତୀ। ଭୟରେ ନିଖିଲ ମଧ୍ୟ ଟଙ୍କା ଦେଉଥିଲେ।

ମାଳତୀ ବାରମ୍ବାର କେସ୍ କରିଦେବାକୁ ଧମକ ଦେବା ସହ ନିଖିଲଙ୍କ ପାଖରୁ ଟଙ୍କା ନେଉଥିଲେ। ଏଥିରେ ଅତିଷ୍ଠ ହୋଇ ନିଖିଲ ଭୋପାଳ ବଦଳି ହୋଇ ଚାଲିଯାଇଥିଲେ। ୨୦୧୭ରେ ବିବାହ କରିଥିଲେ ନିଖିଲ। ପରେ ଦିଳ୍ଳୀକୁ ଚାଲିଆସିଥିଲେ। ଏଥର କିନ୍ତୁ ମାଳତୀ ନିଜ ସ୍ବାମୀ କିଶନ ବର୍ମାକୁ ଏଥିରେ ସାମିଲ କରିଥିଲା। କିନ୍ତୁ ମାଳତୀ ବ୍ଲାକ୍‌ମେଲ୍‌ କରିବା ବନ୍ଦ କରିନଥିଲା। ପାଖାପାଖି ୧୬ ଲକ୍ଷ ଟଙ୍କା ଦେଇ ସାରିବା ପେର ବି ମାଳତୀ ପିଛା ଛାଡ଼ିନଥିଲା। ପରେ ବାଧ୍ୟ ହୋଇ ନିଖିଲ ନାରାୟଣ ପୋଲିସର ସହାୟତା ନେଇଥିବା କହିଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ମାଳତୀ ଓ ତା ସ୍ବାମୀ କିଶନକୁ ଗିରଫ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.