କାଲିଠୁ ଆରମ୍ଭ ହେବ ରାମ ମନ୍ଦିରର ନିଅଁ ପାଇଁ ଗାତ ଖୋଳା, ପହଞ୍ଚିଲା ମେସିନ

Published By : Prameya-News7 Bureau | September 07, 2020 IST

ଅଯୋଧ୍ୟା ୦୭।୦୯: ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥଳରେ ମଙ୍ଗଳବାରଠୁ ନିଅଁ ଖୋଳା କାର୍ଯ୍ୟ ଆରମ୍ଭ  ହେବ। ଏହାକୁ ନେଇ ସୋମବାର ଲକ୍ଷ୍ନୌରୁ ନେଇ ଅଯୋଧ୍ୟା ମଧ୍ୟ ହଲଚଲ ବଢି ଯାଇଛି। ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୋମବାର ଲକ୍ଷ୍ନୌ ପହଞ୍ଚିଛନ୍ତି। ଏହା ପରେ ସେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି।

ସୂଚନା ଅନୁଯାୟୀ ମଙ୍ଗଳବାର ନିଅଁ ପାଇଁ ଭୂମିରେ ୧୦୦ ଫୁଟ୍‌ ଗାତ ଖୋଳାଯିବ। ସେଥିପାଇଁ ଦୁଇଟି ମେସିନ ରବିବାରଠୁ ରାମ ଜନ୍ମଭୂମି ପରିସରରେ ପହଞ୍ଚି ସାରିଛି। କାନପୁରରୁ ପହଞ୍ଚିଥିବା କାସାଗ୍ରାଣ୍ଡରେ ନିଅଁ ଖୋଳାଯିବ। ଏହି ମେସିନ ଜରିଆରେ ଖମ୍ବ ପାଇଁ ମଧ୍ୟ ନିଅଁ ଖୋଳାଯିବ। ପ୍ରାୟ ୨୦୦ ମିଟର ଗଭୀର ପର୍ଯ୍ୟନ୍ତ ଏହା ଖୋଳାଯିବ। ଏହି କାମ ପାଇଁ ଆଉ କିଛି ମେସିନ ଅଯୋଧ୍ୟାରେ ପହଞ୍ଚିବ।

ଲାର୍ସନ ଆଣ୍ଡ ଟ୍ରୁବୋ(ଏଲ ଆଣ୍ଡ ଟି)ର ଇଞ୍ଜିନିୟର ସୋମବାର ଏହି ମେସିନକୁ ପ୍ରସ୍ତୁତ କରିବାରେ ଜୁଟିଛନ୍ତି। ପୂରା ପରିସରରେ ୧୨୦୦ ସ୍ଥାନରେ ପାଇଲିଙ୍ଗ କରାଯିବ। ବଡ ମେସିନକୁ ରାମ ଜନ୍ମ ଭୂମି ପରିସରର ଗେଟ୍ ନମ୍ବର ୩ ଦେଇ ଅଣାଯିବ। ପାଇଲିଙ୍ଗ ମେସିନରେ ଖମ୍ବା ଛିଡା କରାଇବା ଗାତ ଖୋଳାଯିବ। ରାମ ମନ୍ଦିର ନିର୍ମାଣ ସ୍ଥଳରେ ଅର୍ଦ୍ଧ ଭଙ୍ଗା ମନ୍ଦିରକୁ ହଟାଇବା ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇ ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.