ମାଛକୁଣ୍ଡ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲିଲା

Published By : Prameya-News7 Bureau | August 20, 2020 IST

ଲମତାପୁଟ ୨୦।୮: କୋରାପୁଟ ଜିଲ୍ଲାରେ ୧୦ ଦିନରୁ  ଅଧିକା ଦିନ ଲଗାଣ ବର୍ଷା   ଯୋଗୁଁ ମାଛକୁଣ୍ଡ  ଜଳପ୍ରପାତ ଡି.ଡ୍ୟାମ୍ ର ଗୋଟିଏ ଗେଟ୍ ୧ ଫୁଟ ଖୋଲା ହେଲା  ।  ଡ୍ୟାମର କ୍ଷମତା ୨୫୯୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨୫୮୮.୬ ରହିଛି ।  ଜଳସ୍ତର  ବୃଦ୍ଧି ପାଇବାରୁ ଗୋଟିଏ ଗେଟ୍ ଖୋଲାଯାଇଛି ।  ପ୍ରତିସେକେଣ୍ଡକୁ ଏକ ହଜାରେ  କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ  ଏକ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି ।

{"id":317585,"sizeSlug":"large"}

ଲମତାପୁଟ ବ୍ଲକରେ ଗତକାଲି  ୬୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଖପାଖର ଛୋଟ ଝରଣା ପାଣି ମିଶି  ଡି .ଡ୍ୟାମର ପାଣି ରଖିବା କ୍ଷମତା ପାଖକୁ ଆସିଯାଇଥିବାରୁ ଗୋଟିଏ ଗେଟ୍  ଖୋଲାଯାଇଛି  ।   ଲଗାଣ ବର୍ଷା ଯୋଗୁଁ ଡ୍ୟାମର ସବୁ କର୍ମଚାରୀ ସଜାଗ ରହିଛନ୍ତି । ଏହି ଭଳି ଯଦି ଲଗାଣ ବର୍ଷା ଜାରି ରୁହେ ରାତି ସୁଧା ଜଳସ୍ତର ବଢି ଲେ ଆହୁରି ଗେଟ୍ ଖୋଲାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

{"id":317586,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.