ଟ୍ରକ୍‌କୁ ଧକ୍କା ଦେଲା ମାଛ ବୋଝେଇ ଗାଡି, ଡ୍ରାଇଭର ଗୁରୁତର

Published By : Prameya-News7 Bureau | June 01, 2021 IST

ଚଣ୍ଡିଖୋଲ, ୦୧|୦୬ :  ମାଛ ଗାଡି ଦୁର୍ଘଟଣା ଗ୍ରସ୍ତ । ଯାଜପୁର ଜିଲ୍ଲା  ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, କଟକ ଆଡୁ ଏକ ମାଛ ବୋଝେଇ ଗାଡି ବାଲେଶ୍ୱର ଅଭିମୁଖେ ଯାଉଥିଲା । ତେବେ ଚଣ୍ଡିଖୋଲ ଛକ ନିକଟରେ ଆଗରେ ଯାଉଥିବା ଏକ ଟ୍ରକକୁ ଏହା ଧକ୍କା ଦେବା ଫଳରେ ମାଛ ବୋଝେଇ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଡ୍ରାଇଭର ଗାଡିରେ ଚାପି ହୋଇ ରହିଥିବା ବେଳେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।

ଦୁର୍ଘଟଣାଗ୍ରସ୍ତ ଗାଡି ଟିକୁ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.