ରାହୁଲ ଗାନ୍ଧୀଙ୍କ ବିଜୟ ପାଇଁ ଏହି ଅଭିନେତ୍ରୀ ରଖିଲେ ନବରାତ୍ରିରେ ୯ ଦିନ ବ୍ରତ

Published By : Prameya-News7 Bureau | April 12, 2019 IST

ନୂଆଦିଲ୍ଲୀ ୧୨/୪ : ସବୁବେଳେ ବିବାଦୀୟ ବୟାନ ଏବଂ ଅଜବ ଅଜବ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରୁହନ୍ତି ଟିଭି ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମା | ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମାହିକା | ଏବେ କିନ୍ତୁ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି | ସେ ଚୈତ୍ର ନବରାତ୍ରିର ବ୍ରତ ପାଳନ କରୁଛନ୍ତି | ତେବେ ଚର୍ଚ୍ଚାର ବିଷୟ ହେଲା ମାହିକା ନବରାତ୍ରିର ୯ଦିନ ବ୍ରତ ରାହୁଲଙ୍କ ପାଇଁ ରଖିଛନ୍ତି | ରାହୁଲ ଲୋକସଭା ନିର୍ବାଚନରେ ଜିତି ଯାଆନ୍ତୁ ବୋଲି ମା'ଦୁର୍ଗାଙ୍କୁ ପ୍ରସନ୍ନ କରିବ ପାଇଁ ବ୍ରତ ପାଳନ କରୁଛନ୍ତି | ସେ କହିଛନ୍ତି ରାହୁଲ ଗାନ୍ଧୀ ଦେଶ ପାଇଁ ବିବାହ କରିନାହାନ୍ତି | ତେବେ ରାହୁଲଙ୍କ ପ୍ରତି ତାଙ୍କର ମଧ୍ୟ କିଛି କର୍ତବ୍ୟ ଅଛି ବୋଲି ସେ କହିଛନ୍ତି |

{"id":102897}


ମଡେଲ ମାହିକା ଶର୍ମା ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବ୍ରତ ପାଳନ କରୁଛନ୍ତି | ତେବେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ କେବଳ ରାହୁଲ ଗାନ୍ଧୀଙ୍କ ହାତରେ ଅଛି ବୋଲି କହିଛନ୍ତି ମାହିକା | ମା'ଦୁର୍ଗା ରାହୁଲଙ୍କୁ ନିଶ୍ଚିତ ବିଜୟୀ କରିବେ ବୋଲି ସେ ବିଶ୍ୱାସର ସହ କହିଛନ୍ତି | ମାହିକା ସନାତନ ଧର୍ମ ଉପରେ ବିଶ୍ୱାସ କରନ୍ତି | ସେ କହିଛନ୍ତି, ସନାତନ ଧର୍ମ ଅନୁଯାୟୀ, ସ୍ତ୍ରୀ ନିଜ ସ୍ୱାମୀଙ୍କ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବ୍ରତ ପାଳନ କରିଥାଏ | ରାହୁଲ ନିଜ ଜୀବନ ଦେଶ ସେବାରେ ଲଗେଇ ଦେଇଛନ୍ତି | ଦେଶ ସେବା ପାଇଁ ସେ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ବୋଲି କହିଛନ୍ତି ମାହିକା |

{"id":102895}


ମାହିକା ନିଜ ଇନ୍ସଟାଗ୍ରାମ ପେଜରେ ମଧ୍ୟ ରାହୁଲ ଗାନ୍ଧୀଙ୍କର ଖୁବ ପ୍ରଶଂସା କରିଛନ୍ତି | ସେ ରାହୁଲଙ୍କ ଫଟୋ ସେୟାର କରି କହିଛନ୍ତି ଯେ, ରାହୁଲ ଲୋକଙ୍କୁ ହସାନ୍ତି, ଲୋକେ ତାଙ୍କ କଥାକୁ ଉପଭୋଗ କରନ୍ତି, ସେଥିପାଇଁ ସେ ତାଙ୍କୁ ଭଲପାଆନ୍ତି | ଜଣେ ରାଜାକୁ ସେୟା ହିଁ କରିବା ଉଚିତ | ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରେ ହସ ଖେଳାଇବା ଜଣେ ରାଜାର ପ୍ରଥମ କର୍ତ୍ତବ୍ୟ | ଏହା ପୂର୍ବରୁ ମାହିକା ଇନ୍ସଟାଗ୍ରାମରେ ଏକ ବିବାଦୀୟ ପୋଷ୍ଟ କରିଥିଲେ | ସେ ଘୋଷଣା କରିଥିଲେ ଯେ, ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ସକୁଶଳ ଦେଶକୁ ଫେରି ଆସିଲେ ସେ ବିକିନି ପିନ୍ଧି ତାଙ୍କୁ ସ୍ୱାଗତ କରିବେ | ନିଜର ବିବାଦୀୟ ବୟାନ ପାଇଁ ଅନେକଥର ଟ୍ରଲ ହୋଇଛନ୍ତି ମାହିକା |

{"id":102894}


ସେ ଆହୁରି କହିଛନ୍ତି ଯେ, ଦେଶର ଅନେକ ଯୁବତୀ ରାହୁଲଙ୍କୁ ବିବାହ କରିବାକୁ ଚାହୁଁଛନ୍ତି | କଲର ଟିଭି ରିଆଲିଟି ଶୋ' 'ଖତରୋଂ କେ ଖିଲାଡୀ'କୁ ବନ୍ଦ କରି ଅଭିନନ୍ଦନଙ୍କୁ ଟ୍ରଫି ଦେବା ପାଇଁ କହିଥିଲେ | ହରିୟାଣାରେ ଜନ୍ମ ହୋଇଥିବା ମାହିକା ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି | ଫିଲ୍ମ 'ଦ ଓ୍ଵିଶିଙ୍ଗ ଟ୍ରି'ରେ ମାହିକା ଅଭିନୟ କରିଥିଲେ | ମାହିକା ନିଜ ପ୍ରେମିକଙ୍କ ସହ ଆଉ ଏକ ହିନ୍ଦୀ ଫିଲ୍ମ 'ଦ ମର୍ଡନ କଲଚର'ରେ ଅଭିନୟ କରୁଛନ୍ତି | ଖୁବ ଶୀଘ୍ର ଫିଲ୍ମଟି ପରଦାକୁ ଆସିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.