ଘଟଗାଁରେ ଏପ୍ରିଲ ୧୩,୧୪ରେ ମା’ ତାରିଣୀଙ୍କ ସାଧାରଣ ଦର୍ଶନ ବନ୍ଦ, ଚଇତି ପର୍ବ ପାଇଁ ଆସିଲା ଗାଇଡ୍‌ଲାଇନ୍‌

Published By : Prameya-News7 Bureau | April 04, 2021 IST

କେନ୍ଦୁଝର ୪/୪:  ଘଟଗାଁରେ ମା ତାରିଣୀଙ୍କ ଦର୍ଶନ ଦୁଇ ଦିନ ବନ୍ଦ ରହିବ। ଏପ୍ରିଲ୍‌ ୧୩, ୧୪ରେ ମା ତାରୀଣଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଘଟଗାଁ ମା ତାରିଣୀଙ୍କ ଚଇତି  ପର୍ବ ପାଇଁ ଗାଇଡ୍‌ଲାଇନ୍‌ ଆସିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ନଜରରେ ରଖି ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ମା’ଙ୍କ ପ୍ରସିଦ୍ଧ ଚଇତି ଯାତ୍ରା ଏପ୍ରିଲ ୯ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ତେବେ କରୋନା ସଂକ୍ରମଣକୁ ନଜରରେ ରଖି ମନ୍ଦିର ପ୍ରଶାସନ ଗାଇଡ୍‌ଲାଇନ୍‌ ଜାରି କରିଛି । ଏପ୍ରିଲ୍ ୯ ତାରିଖରୁ ଏପ୍ରିଲ୍ ୧୨ ରିଖ ଓ ୧୫ ରିଖରେ ଶ୍ରଦ୍ଧାଳୁ ମାନେ କେବଳ ମାଙ୍କ ଦର୍ଶନ କରିପାରିବେ। ଏପ୍ରିଲ୍ ୧୩ ଓ ୧୪ ତାରିଖ ସାଧାରଣ ଦର୍ଶନ ବନ୍ଦ ଓ ସମସ୍ତ ସାଂସ୍କୃତିକ କାର୍ଯକ୍ରମକୁ ବାତିଲ୍ କରିଛି ମନ୍ଦିର ପ୍ରଶାସନ। ଏହି ଚଇତି ପର୍ବ ୭ ଦିନ ଧରି ପାଳିତ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.