କଟକଣାରେ ମା’ ତାରାତାରିଣୀଙ୍କ ଚୈତ୍ର ମେଳା : ସେବାୟତଙ୍କର ହେବ କୋଭିଡ୍ ଟେଷ୍ଟ, ଜିଲ୍ଲା ବାହାରର ଭକ୍ତଙ୍କୁ ବାରଣ

Published By : Prameya-News7 Bureau | March 12, 2021 IST

ଖଲ୍ଲିକୋଟ ୧୨।୩: ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ମେଳା । ଆସନ୍ତା ୩୦ ତାରିଖରେ ହେବ ଚୈତ୍ର ମେଳାର ପ୍ରଥମ ପାଳି । ଏହିପରି ୫ଟି ପାଳି ଅନୁଷ୍ଠିତ ହେବ । ମାର୍ଚ୍ଚ ୩୦, ଅପ୍ରେଲ ୬, ୧୩, ୨୦ ଓ ୨୭ ତାରିଖରେ ହେବ । କୋଭିଡ୍ ଗାଇଡ୍ ଲାଇନରେ ପାଳିତ ହେବ ଏହି ଯାତ୍ରା । ଏଥିପାଇଁ ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ ହେବ । ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟର ଜନସାଧାରଣ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ପାହାଡ ତଳେ ହେବ ମୁଣ୍ଡନ କାର୍ଯ୍ୟ । ଆବଶ୍ୟକ ପଡିଲେ ଜଣସାଧାରଣଙ୍କର ବି ହେବ କୋଭିଡ୍ ଟେଷ୍ଟ । ପାହାଡ଼ ଉପରକୁ କୌଣସି ଗାଡି ଛଡ଼ା ଯିବନାହିଁ । ପ୍ରଶାସନ ପକ୍ଷରୁ ଗାଡି ବ୍ୟବସ୍ଥା ରହିବ । ବିନା ମାସ୍କରେ ମନ୍ଦିର ପ୍ରବେଶ ନିଷେଧ କରାଯାଇଛି । ମନ୍ଦିର ଉପରେ ପ୍ରସାଦ ମିଳିବ ନାହିଁ । ଜଣଗହଳି ଓ ଖରା ଦିନ ପାଇଁ ସ୍ବତନ୍ତ୍ର ଧ୍ୟାନ ରଖି ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମନ୍ଦିର ପରିସରକୁ ସାନିଟାଇଜ କରାଯିବ । ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ଦିର କମିଟି ସଦସ୍ୟ, ସେବାୟତ, ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.