ସଙ୍କଟ ସମୟରେ ହନୁମାନଙ୍କ ଏହି ମନ୍ତ୍ର ଜପ କରିଥିଲେ ମା' ସୀତା; ଜାଣନ୍ତୁ ଏହି ମନ୍ତ୍ରର ପ୍ରଭାବ

Published By : Prameya-News7 Bureau | May 01, 2019 IST

ଭୁବନେଶ୍ୱର ୧/୫ : ମଙ୍ଗଳବାର ଦିନ ହନୁମାନଙ୍କ ଦିନ ବୋଲି କିହଯାଏ | ଏହି ଦିନ ଶ୍ରଦ୍ଧାର ସହ ହନୁମାନଙ୍କ ପୂଜାର୍ଚ୍ଚନା କଲେ ସଙ୍କଟ ଦୂର ହୋଇଥାଏ | ଶ୍ରଦ୍ଧାର ସହ ମଙ୍ଗଳବାର ଦିନ ହନୁମାନଙ୍କ ବ୍ରତ ପାଳନ କଲେ ସବୁ ସମସ୍ୟା ଦୂର ହେବାସହ ଶୁଭ ଫଳ ମିଳିଥାଏ | ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଖାସ ମନ୍ତ୍ର ରହିଛି | ଓଁ ଶ୍ରୀ ହନୁମାନ ନମଃ:
ଏହି ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ | ଯେତେବେଳେ ରାବଣ ମା ସୀତାଙ୍କୁ ଅପହରଣ କରି ଲଙ୍କାକୁ ନେଇଯାଇଥିଲେ ସେତେବେଳେ ମା ସୀତା ହନୁମାନଙ୍କ ଏହି ମନ୍ତ୍ର ଜପ କରିଥିଲେ |

{"id":109328,"width":581,"height":435}


ଏହି ମନ୍ତ୍ର ଜପ କରୁଥିବା ବ୍ୟକ୍ତିଙ୍କ ଠାରୁ ସମସ୍ତ ନକାରାତ୍ମକ ଶକ୍ତି ଦୁରେଇ ରହେ | ଏହି ମନ୍ତ୍ର ସକାଳୁ ସ୍ନାନ କରି ସଫା ବସ୍ତ୍ର ପିନ୍ଧି କରିବା ଉଚିତ | ସ୍ନାନ ସାରି ହନୁମାନଙ୍କ ମୂର୍ତ୍ତି କିମ୍ୱା ପ୍ରତିମା ସାମ୍ନାରେ ବସି ଶ୍ରଦ୍ଧାର ସହ ହନୁମାନଙ୍କୁ ଧ୍ୟାନ କରି ଏହି ମନ୍ତ୍ର ଜପ କଲେ ଶୁଭ ଫଳ ମିଳିଥାଏ |

{"id":109329,"align":"center","width":467,"height":589}


ଏହି ମନ୍ତ୍ର ଜପ କରିବା ଫଳରେ ହନୁମାନଙ୍କ ରକ୍ଷା କବଚ ଆପଣଙ୍କ ଆଖେପାଖେ ସର୍ବଦା ରହିଥାଏ | ଯଦି ଆପଣଙ୍କର କୌଣସି ଧାର କରଜ ରହିଛି ତାହେଲେ ମଧ୍ୟ ହନୁମାନଙ୍କ ଏକ ମନ୍ତ୍ର ରହିଛି | ମନ୍ତ୍ରଟି ହେଲା : "ଓଂ ନମୋ ହନୁମତେ ଆବେଶାୟ ଆବେଶାୟ ସ୍ୱାହା" | ଏହି ମନ୍ତ୍ର ପ୍ରତିଦିନ ଜପ କରିବା ଉଚିତ | ଏହି ମନ୍ତ୍ର ଜପ କରିବାର ମାସେ ପରେ ଆପଣ ଏହାର ପରିମାଣ ନିଜେ ଅନୁଭବ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.