ଜାନୁଆରୀ ୩ରେ ଖୋଲିବ ମା ଶାରଳା ଓ ଗୋରେଖନାଥ ମନ୍ଦିର, ଦିନକୁ ଏତିକି ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

Published By : Prameya-News7 Bureau | December 21, 2020 IST

ଜଗତସିଂହପୁର ୨୧।୧୨: ପ୍ରଥମେ ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଏବେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ମନ୍ଦିର ଖୋଲିବାକୁ ଯାଉଛି। ଏହି କ୍ରମରେ ଜାନୁଆରୀ ୩ରେ ଖୋଲିବ ମା ଶାରଳା ଓ ଗୋରେଖନାଥ ମନ୍ଦିର। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଦର୍ଶନ ପୂର୍ବରୁ ପରିଚୟ ପତ୍ର ଓ ବୟସ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ରହିଛି।

କୋଭିଡ କଟକଣା ପାଳନ ମଧ୍ୟରେ ଜାନୁଆରୀ ୩ ତାରିଖରୁ ମା ଶାରଳା ଓ ଗୋରେଖନାଥ ମନ୍ଦିର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ହୋଇଛି । ହେଲେ ମକର ସଂକ୍ରାନ୍ତି ଦିନ ଉଭୟ ମନ୍ଦିର ବନ୍ଦ ରହିବା ପାଇଁ ନିଷ୍ପତ୍ତି  ହୋଇଛି । ପ୍ରତିଦିନ ସକାଳ ୮ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ୫୦୦ ଭକ୍ତଙ୍କ ଦର୍ଶନ ଅନୁମତି ରହିଛି। ୬୫ ବର୍ଷରୁ ଉର୍ଦ୍ଧ୍ଵ ଓ ୧୦ ବର୍ଷରୁ କମ ବୟସ୍କଙ୍କୁ ଦର୍ଶନ ସୁଯୋଗ ମନା ରହିଛି।

ପ୍ରତ୍ୟେକ ଦର୍ଶନାର୍ଥୀଙ୍କ ଥର୍ମାଲ ସ୍କାନିଂ, ସାନିଟାଇଜ, ମାସ୍କ ପରିଧାନ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି। ପ୍ରତ୍ୟେକ ଭକ୍ତ ଦର୍ଶନ ପୂର୍ବରୁ ପରିଚୟ ପତ୍ର ଓ ବୟସ ପ୍ରମାଣ ପତ୍ର ଦେଖାଇବାକୁ ପଡିବ । ଜିଲ୍ଲା ବାହାରର ଦର୍ଶନାର୍ଥୀଙ୍କୁ ୫ ଦିନ ମଧ୍ୟର  କୋଭିଡ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇବାକୁ ବାଧ୍ୟତା ମୂଳକ।ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ପାଇଁ ନିଷ୍ପତ୍ତି ।

ସୂଚନାଯୋଗ୍ୟ, ଡିସେମ୍ବର ୨୩ରୁ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବା ବେଳେ ୨୭ ତାରିଖରୁ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର। ଏଥିସହ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ମଧ୍ୟ ଜାନୁଆରୀ ପ୍ରଥମ ସପ୍ତାହରେ ଖୋଲାଯିବାକୁ ପ୍ରଶାସନିକସ୍ତରରେ ନିଷ୍ପତ୍ତି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.